ଓଡିଶା

ନଭେମ୍ବର ୨୧ରୁ ଓଡ଼ିଶାରେ ଆରମ୍ଭ ହେବ ଧାନ କିଣା

ଡ଼ିଶାରେ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍‌ ଋତୁ ପାଇଁ ଧାନ କିଣିବେ ରାଜ୍ୟ ସରକାର। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ। ଏ ନେଇ ସୋମବାର ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ।

କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଆଉ ୮୦୦ ଟଙ୍କା ମିଶାଯିବ।

ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥା କରିବା ପାଇଁ ମଣ୍ଡିରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିୟୋଜିତ ହେବେ। ୪ରୁ ୫ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭାଇଜର ରହିବେ।

ଅନ୍ୟପଟେ ଏହି ସମୟରେ ପଡ଼ୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ସେଥିପାଇଁ ସୀମାରେ ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭିର ବ୍ୟବସ୍ଥା କରାଯିବ। ଧାନ କିଣା ବାବଦରେ ତ୍ୱରିତ ନିଷ୍ପତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button