ସ୍ଵପ୍ନରେ ବାହାଘର ସମ୍ବଦ୍ଧିତ ଦୃଶ୍ୟ ଦେଖିବାର ଅର୍ଥ କ’ଣ ହୋଇଥାଏ ? କେଉଁ ପ୍ରକାର ସୂଚନା ବ୍ୟକ୍ତିକୁ ମିଳିଥାଏ
ବନ୍ଧୁଗଣ ଆମ ଜୀବନରେ ଘଟୁଥିବା ପ୍ରତ୍ଯେକ ଘଟଣାର କିଛି ସଂକେତ ଆମେ ସ୍ଵପ୍ନ ଦ୍ଵାରା ଦେଖିପାରିଥାଉ । କୌଣସି ବ୍ୟକ୍ତି ନିଜ ଭବିଷ୍ୟତରେ କଣ ଆଗକୁ ହେବାକୁ ଯାଉଛି ତାହା ବିଷୟରେ କିଛି ବି ଜାଣିନଥାନ୍ତି । ହେଲେ ସ୍ଵପ୍ନ ଏକ ଏମିତି ମାଧ୍ୟମ ଅଟେ । ଯାହା ଆମ ଭବିଷ୍ୟତରେ ହେବାକୁ ଯାଉଥିବା କିଛି ସଂକେତ ବିଷୟରେ ଆମକୁ ଆଗୁଆ ଜଣାଇଦେଇଥାଏ । ତେବେ ବନ୍ଧୁଗଣ ଯଦି କୌଣସି ବ୍ୟକ୍ତି ବାହାଘର କିମ୍ବା ବାହାଘର ସମ୍ବଦ୍ଧିତ କୌଣସି ବସ୍ତୁ ଦେଖିଥାଏ ।
ତେବେ ଏହାର ଅର୍ଥ ଶୁଭ କିମ୍ବା ଅଶୁଭ ମଧ୍ୟ ହୋଇପାରେ । ତେବେ ସ୍ଵପ୍ନରେ ବାହାଘର ବିଷୟରେ କିଛି ସ୍ଵପ୍ନ ଦେଖିବା ଆମକୁ କି ପ୍ରକାର ସଂକେତ ଦେଇଥାଏ ଚାଲନ୍ତୁ ଜାଣିବା । 1- ସ୍ଵପ୍ନରେ ଯଦି ନିଜର, ନିଜ ପରିବାର ସଦସ୍ୟଙ୍କର ବା କୌଣସି ବନ୍ଧୁବାନ୍ଧବଙ୍କର ବାହାଘର ସ୍ଵପ୍ନ ଦେଖିବାକୁ ପାଇଥାନ୍ତି । ତେବେ ଏହିଭଳି ସ୍ଵପ୍ନକୁ ଶୁଭ ମନାଯାଇନଥାଏ । ତେବେ ଏଭଳି ସ୍ଵପ୍ନ ସେହି ବ୍ୟକ୍ତିର କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସଂକେତ ଦେଇଥାଏ ।
2- ଯଦି ସ୍ଵପ୍ନରେ କୌଣସି ଏକ ମହିଳା ଦୁଲହନ ବେଶରେ ଅର୍ଥାତ ବାହାଘର ଶାଢୀରେ ଦେଖିବାର ଆପଣ ପାଇଥାନ୍ତି । ତେବେ ଏଭଳି ସ୍ଵପ୍ନ ଦେଖିଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ଶୁଭ ସ୍ଵପ୍ନ ଅଟେ । ଏହି ସ୍ଵପ୍ନର ଅର୍ଥ ସେହି ବ୍ୟକ୍ତିର ଜୀବନରେ ବହୁତ ଜଲ୍ଦି ଖୁସି ଆସିବାର ଅଛି ।
3- ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ବାହା ହେଉଥିବା ଝିଅଟି କାନ୍ଦିବା ସମୟର ଦୃଶ୍ୟ ଦେଖିବାକୁ ପାଇଥାନ୍ତି । ତେବେ ଏହି ସ୍ଵପ୍ନ ମଧ୍ୟ ଅଶୁଭତ୍ବକୁ ଦର୍ଶାଇ ଥାଏ । 4- ଯଦି କୌଣସି ଝିଅ ନିଜ ସ୍ଵପ୍ନରେ ନିଜ ପ୍ରେମିକ ସହ ଅନ୍ୟ କୌଣସି ଝିଅ ସହ ବାହା ହେଉଥିବାର ଦେଖିବାକୁ ପାଇଥାଏ । ତେବେ ସେହି ଝିଅର ବାହାଘର ବହୁତ ଜଲ୍ଦି ହୋଇଯାଇଥାଏ ।
5- ସ୍ଵପ୍ନରେ ଯଦି ବ୍ୟକ୍ତି ବାହାଘରର କିଛି ଆଭୁଷଣ ଦେଖିବାକୁ ପାଇଥାଏ । ତେବେ ସେହି ବ୍ୟକ୍ତି ଜଣଙ୍କର ବାହାଘର ବହୁତ ଜଲ୍ଦି ହେବାର ସମ୍ଭାବନା ରହିଥାଏ । ତେବେ ଯଦି କୌଣସି ବ୍ୟକ୍ତି ନିଜ ସ୍ଵପ୍ନରେ ବାହାଘର ସମ୍ବଦ୍ଧିତ ଏପରି କିଛି ସ୍ଵପ୍ନ ଦେଖିଥାଏ । ତେବେ ବ୍ୟକ୍ତିକୁ ଏହି ସବୁ ସ୍ଵପ୍ନ ଦ୍ଵାରା ବ୍ୟକ୍ତିକୁ ଏହି ସବୁ ସଂକେତ ମିଳିଥାଏ ।