ଓଡିଶା
ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଲୁଟ୍
ଭୁବନେଶ୍ଵର, ୨୯/୧୦ : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଲୁଟ୍। ମହାବିଦ୍ୟାଳୟର ବାଳକ ଛାତ୍ରାବାସରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ୪୦ଟି ଫ୍ୟାନ୍ ସହ ବିଭିନ୍ନ ସାମଗ୍ରୀ ଲୁଟ୍ ହୋଇଛି। ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ବାତ୍ୟା ଦାନା ପାଇଁ ମହାବିଦ୍ୟାଳୟ ଛୁଟି ରହିଥିଲା।
କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସ୍କାଏଲାଇଟ ଓ ପାଇଖାନା ଗୃହ କାଚ ଭାଙ୍ଗି ଛାତ୍ରାବାସରେ ପଶିଥିଲେ। ଛାତ୍ରାବାସରେ ଲାଗିଥିବା ୪୦ଟି ଫ୍ୟାନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରିନେଇଥିଲେ। ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଛୁଟି ସମୟରେ ଦିନ ଓ ରାତ୍ରୀ ଜଗୁଆଳି ବ୍ୟବସ୍ଥା କଡାକଡି କରାଯାଇନଥିବା ଅଭିଯୋଗ ହୋଇଛି। ବଡ଼ଚଣା ପୋଲିସ ମହାବିଦ୍ୟାଳୟରେ ପହଞ୍ଚି ସିସିଟିଭି ଫୁଟେଜ ଅଣ୍ଡାଳିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଛି।