ଗୁରୁତର ଆଇଟିବିପି ଯବାନଙ୍କୁ ଉଦ୍ଧାର କଲେ ସାମ୍ବାଦିକ, ମାନବିକତା ଦେଖାଇ କାର୍ରେ ନେଲେ ଚାଳକ – bajravana
[ad_1]
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣ୍ଡିଦା ନିକଟରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆଇଟିବିପି ଯବାନଙ୍କୁ ସ୍ଥାନୀୟ ସାମ୍ବାଦିକମାନେ ଉଦ୍ଧାର କରିଛନ୍ତି। ଆଇଟିବିପି ମଳୟ କୁମାର ମଣ୍ଡଳ (୩୭)ଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସଫଳ ନହେବାରୁ ସେହି ରାସ୍ତାରେ ଯାଉଥିବା ଜଣେ ଚାଳକ ମାନବିକତା ଦେଖାଇଛନ୍ତି। ସଂପୃକ୍ତ କାର ଚାଳକ ଶ୍ରୀ ମଣ୍ଡଳଙ୍କୁ ନିଜ କାରରେ ଡାକ୍ତରଖାନା ନେଇ ଭର୍ତ୍ତି କରାଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ରାଇରଙ୍ଗପୁର-ଗୋରୁମହିଷାଣୀ ଅଣଓସାରିଆ ରାସ୍ତାର ପ୍ରଶସ୍ତୀକରଣ କାମ ଚାଲିଛି। ଗଣ୍ଡିଦାବନ୍ଧ ପାର୍ଶ୍ବରେ ପୋଲ ନିର୍ମାଣ ପାଇଁ ରାସ୍ତା ଖୋଳାଯାଇ ଲୁହାଛଡ଼ ବନ୍ଧା ଯାଇଛି। ଗମନାଗମନର ସୁବିଧା ପାଇଁ ଏକ ଡ୍ରାଇଭରସନ୍ ନିର୍ମାଣ କରାଯାଇଛି। କିନ୍ତୁ ଉକ୍ତ ସ୍ଥାନରେ ଡ୍ରାଇଭରସନ୍ ରାସ୍ତା ପାଖରେ ରେଡ଼ିଆମ୍କି ଆଲୋକ କିମ୍ବା ଧଳା ଚିହ୍ନ କିମ୍ବା ରାସ୍ତାର ମାର୍ଗଦର୍ଶନ ଭଳି କୌଣସି ଫଳକ ଲୋଗା ଯାଇନଥିବାରୁ ଉକ୍ତ ସ୍ଥାନରେ ଦୈନିକ ଦୁର୍ଘଟଣା ଘଟୁଥିବା କଥା ସ୍ଥାନୀୟ ଲୋକେ ପ୍ରକାଶ କରୁଛନ୍ତି।
ଆଜି ରାଇରଙ୍ଗପୁର ପାର୍ଶ୍ବରୁ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମର ଆଇଟିବିପି ଯବାନ ମଳୟ କୁମାର ମଣ୍ଡଳ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ଜାଗାରେ ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ସେ ରାସ୍ତାଉପରେ ଛିଟିକି ପଡ଼ିଥିଲେ। ଘଟଣାର କିଛି ସମୟପରେ ସାମ୍ୱାଦିକ ଅନଶନ ମହାନ୍ତ ଓ ଦୁଷ୍ମନ୍ତ ଗିରି ପ୍ରମୁଖ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ୧୦୮ ଆମ୍ବୁଲାନ୍ସ ଫୋନ ନ ଲାଗିବାରୁ ସେହି ରାସ୍ତାରେ ଯାଉଥିବା ଜଣେ କାର ଚାଳକ ଅତିଶ କୁମାର ବେହେରାଙ୍କୁ ଅଟକାଇ ଥିଲେ।
କାର ଚାଳକ ଗୁରୁତର ଯବାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାନବିକତା ଓ ସାହାସିକତା ଦେଖାଇଥିବାରୁ କାର ଚାଳକ ଶ୍ରୀ ବେହେରାଙ୍କୁ ଜନସାଧାରଣରେ ପ୍ରସଂଶାର ପାତ୍ର ପାଲଟିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।
[ad_2]