ଓଡିଶା

୩୦ ଘଣ୍ଟା ହେଲା ପଡିରହିଛି ଶବ: ଶେଷକୃତ୍ୟ ପାଇଁ ମିଳୁନି ଜାଗା

ବରଙ୍ଗପୁର: ୩୦ ଘଣ୍ଟା ହେଲା ଘର ଭିତରେ ପଡିରହିଛି ଶବ । ଦୁର୍ଗନ୍ଧ ହେବା ବି ଆରମ୍ଭ ହେଲାଣି । ହେଲେ ଟିକିଏ ଜାଗା ମିଳୁନି ଶବ ଦାହ କରିବା ପାଇଁ । ଗ୍ରାମବାସୀ ତାଙ୍କ ଜିଦରେ ଅଟଳ, ଶେଷକୃତ୍ୟ ପାଇଁ ଗାଁ ଶ୍ମଶାନରେ ଦେବୁନାହିଁ ଜାଗା । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପଣ୍ଡିକୋଟ ଗାଁରେ..

ଉକ୍ତ ଗାଁର ଡୋମୁ ଜାନୀ ନାମକ ଜଣେ ବ୍ୟକ୍ତିଙ୍କର ଗତକାଲି ସକାଳେ ମୃତ୍ୟୁ ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ତାଙ୍କର ଶବ ଦାହ ହୋଇପାରିନାହିଁ । ସେ ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ଶ୍ମଶାନରେ ଶବଦାହ କରିବାରୁ ଅନୁମତି ଦେଇଥିଲେ ଗାଁ ଲୋକେ । ଏମିତିକି ପ୍ରଶାସନ ପକ୍ଷରୁ ମଧ୍ୟ ଗାଁ ଲୋକଙ୍କୁ ବୁଝାସୁଝା କରାଯାଇଥିଲେ ବି ସେମାନେ ଶବଦାହ ପାଇଁ ଅମଙ୍ଗ ହୋଇଛନ୍ତି । ପାପଡାହାଣ୍ଡି ଅତରିକ୍ତ ତହସିଲଦାର, ପାପଡାହାଣ୍ଡି ଏସଡିପିଓ ଓ ପୋଲିସ ପହଂଚି ବୁଝାସୁଝା କରିଥିଲେ ହେଁ ଗାଁ ଲୋକେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ଫଳରେ କାଲି ଠାରୁ ମୃତ ଦେହ ପଡିରହିଛି ।

ଏଭଳି ସ୍ଥିତିରେ ପରିବାର ଲୋକେ କ’ଣ କରିବେ ନାଚାର ହୋଇ ପ୍ରଶାସନକୁ ଗୁହାରି କରିଥିବା ବେଳେ ପ୍ରଶାସନ କେଉଁଠି ଶବଦାହ କରାଯିବ, ସେନେଇ ସ୍ଥାନ ସନ୍ଧାନରେ ଲାଗିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button