ଓଡିଶା

ପ୍ରଫେସର ଯତୀନ ନାୟକଙ୍କୁ ବିଶ୍ୱନାଥ ପଶାୟତ ସାରସ୍ୱତ ସମ୍ମାନ – bajravana

[ad_1]

କଟକ: ସାରଳା ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ବିଶ୍ୱନାଥ ପଶାୟତଙ୍କ ସ୍ମୃତିସମାରୋହ ବିଜୁପଟ୍ଟନାୟକସ୍ଥିତ ସାରଳାଭବନରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଉଚ୍ଚଶିକ୍ଷା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ମୁଖ୍ୟବକ୍ତା ଭାବେ ସୁଲେଖିକା ଡକ୍ଟର ସୁଲୋଚନା ଦାସ, ସମ୍ମାନିତ ବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ଜ୍ଞାନୀଦେବାଶିଷ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଖ୍ୟାତନାମା ସାହିତ୍ୟିକ ପ୍ରଫେସର ଯତୀନ ନାୟକଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ବିଶ୍ୱନାଥ ପଶାୟତ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ପ୍ରଫେସର ନାୟକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ନାୟକ, ବିଶ୍ୱନାଥ ପଶାୟତଙ୍କୁ ଏକାଧାରରେ ଦକ୍ଷ ଆଇନଜ୍ଞ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ସାରସ୍ୱତ ସାଧକ ଭାବେ ବର୍ଣ୍ଣନା କରିଥିଲେ। ସଭାପତି ଡକ୍ଟର ସ୍ୱାଇଁ, ବିଶ୍ୱନାଥ ପଶାୟତଙ୍କୁ ସେବା, ତ୍ୟାଗ ଓ ତୀତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ। ସଂସଦର ସମ୍ପାଦକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ବିଶ୍ୱନାଥ ପଶାୟତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କବି କାନ୍ତିବାଳା ନାୟକ ସମ୍ମାନିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ଉତ୍ସବରେ ବିଶ୍ୱନାଥ ପଶାୟତଙ୍କ ପୁତ୍ର ଡକ୍ଟର ଜଷ୍ଟିସ୍‌ ଅରିଜିତ ପଶାୟତ, ବୋହୂ ସୁବଳା ପଶାୟତ, ଡକ୍ଟର ଜଷ୍ଟିସ୍‌ ମଦନମୋହନ ଦାସ, ଡକ୍ଟର ଜଷ୍ଟିସ୍‌ ଡି.ପି. ଚୌଧୁରୀ, ଡକ୍ଟର ମଞ୍ଜୁଶ୍ରୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପ୍ରଫେସର ସତ୍ୟନାରାୟଣ ପଣ୍ଡା, ଡକ୍ଟର ହେମେନ୍ଦ୍ର ନାରାୟଣ ଦାସ, ପ୍ରଫେସର ଡକ୍ଟର ସଂଗୀତା ରଥ, ପ୍ରାଧ୍ୟାପକ ତରୁଣ କୁମାର ସାହୁ, ଡକ୍ଟର ଉମାଶଙ୍କର ମିଶ୍ର, ଡକ୍ଟର ଭାଗବତ ଶୁକ୍ଳ, ପ୍ରକାଶକ ଜୀବାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ନିର୍ମଳଚନ୍ଦ୍ର ପହୀ, ଗୋପୀନାଥ ପଣ୍ଡା, ଲକ୍ଷ୍ମୀପ୍ରକାଶ ମହାପାତ୍ର, ବିଭୁପ୍ରସାଦ ରାଉତ, ବ୍ରଜକିଶୋର ବେଉରା, ବିଭୁପ୍ରସାଦ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button