ଦେଶ ବିଦେଶ
ଗୁଣବତ୍ତା ପରୀକ୍ଷାରେ ଫେଲ୍ ୪୬ଟି ଔଷଧ, ଆପଣ ଖାଉନାହାନ୍ତି ତ?
ଡେସ୍କ: ବଜାରରେ ଉପଲବ୍ଧ ଔଷଧ ଉତ୍ପାଦର ଗୁଣବତ୍ତାକୁ ନେଇ କେନ୍ଦ୍ରୀୟ ଔଷଧ ନିୟାମକ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି। ଲାଇଫ୍ ମ୍ୟାକ୍ସ କ୍ୟାନସର ଲାବୋରେଟୋରିଜ୍ ଦ୍ୱାରା ନିର୍ମିତ ବହୁଳ ଭାବେ ବ୍ୟବହୃତ କ୍ୟାଲସିୟମ ସପ୍ଲିମେଣ୍ଟ ଶେଲକାଲ ୫୦୦ (Shelcal 500) ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି।
ମୋଟ ୪୯ଟି ଔଷଧ ନମୁନାକୁ ‘ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି’ ବୋଲି ବିବେଚନା କରାଯାଇଛି, ଯେଉଁଥିରେ ପାରାସିଟାମୋଲ୍, ଅକ୍ସିଟୋସିନ୍ ଏବଂ ଫ୍ଲୁକୋନାଜୋଲ୍ ଭଳି ବହୁଳ ବ୍ୟବହାର ଔଷଧ ରହିଛି।
ସିଡିଆରଏର ଯାଞ୍ଚରେ ପାଖାପାଖି ୩ ହଜାର ନମୁନା ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରୁ ୧.୫% ଔଷଧ ନିମ୍ନମାନର ବୋଲି ଜଣାପଡିଛି।