ସେବା ସମବାୟ ଓ ତେଜରାତି ଦୋକାନରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
ଭୋଗରାଇ, ୨୭/୧୦: ସେବା ସମବାୟ ଓ ତେଜରାତି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶ୍ରଦ୍ଧାପୂର ସେବା ସମବାୟ ଓ ମହେଶପୁର ଗ୍ରାମର ତେଜରାତି ଦୋକାନରୁ ଶନିବାର ବିଳମ୍ୱିତ ରାତିରେ ଏହି ଚୋରି ହୋଇଛି ।
ସୂଚନାନୁଯାୟୀ, ଗତକାଲି ଶନିବାର ଥିବାରୁ ଶ୍ରଦ୍ଧାପୂର ସେବା ସମବାୟ ବନ୍ଦ ରହିଥିଲା ।
ମାତ୍ର ରବିବାର ସକାଳେ ନିକଟରେ ଥିବା ଏକ ଦୋକାନି ସେବା ସମବାୟ ଭିତରୁ ପାଣି ଆଣିବାକୁ ଯାଇ ସେବା ସମବାୟର ମୁଖ୍ୟ ଗେଟର ତାଲା କାଟିବା ସମେତ ସିସିଟିଭି ତାର ସବୁ କଟା ଯାଇଛି ବୋଲି ଦେଖିବାକୁ ପାଇଥିଲେ । ଏହା ଦେଖି ସମସ୍ତଙ୍କୁ ଖବର ଦେଇଥିଲେ । ଖବର ପାଇ ସେବା ସମବାୟର ସଭାପତି, ସମ୍ପାଦକ ଗ୍ରାମବାସୀ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ସେହି ବିଳମ୍ବିତ ରାତିରେ ମହେଶପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ତେଜରାତି ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା । ଏନେଇ ସେ ଭୋଗରାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧରରେ ଉଭୟ ଜାଗାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।