ଏହାକୁ ଥରେ ଲଗାଇ ଦେଖନ୍ତୁ, ଧଳା ଚୁଟି ଗୋଟି ଗୋଟି କରି କଳା ହୋଇଯିବ…
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ କେଶ ସହ ଜଡିତ ସମସ୍ଯା ପାଇଁ ଏପରି ଏକ ରାମ ବାଣ ଘରୋଇ ଉପାୟ ନେଇ ଆସିଛୁ। ଯାହାର ପ୍ରୟୋଗ ଦ୍ଵାରା କେଶ ଧଳା ହେବା ମୂଳରୁ ବନ୍ଦ ହୋଇ ଯାଇଥାଏ । ଆଜିକାଲି ସମୟରେ ଖୁବ କମ ବୟସରୁ ହିଁ ସମସ୍ତଙ୍କ କେଶ ଧଳା ହେବାର ଦେଖା ଯାଉଛି । ପୁରୁଷ ହେଉ ବା ନାରୀ ସମସ୍ତଙ୍କୁ ନିଜ କେଶ ପସନ୍ଦ ଅଟେ । ଯଦି କେଶ ଧଳା ହୋଇଯାଏ ତେବେ ଏହି କାରଣରୁ କିଛି ଲୋକ ମାନସିକ ଚିନ୍ତାରେ ପଡିଯାଇଥାନ୍ତି ।
କିଛି ଲୋକ ଏହି ସମସ୍ୟାରୁ ବାହାରିବା ପାଇଁ ବିଭିନ୍ନ ପ୍ରକାର ଦାମୀ ଔଷଧ, ତେଲ ଓ ସାମ୍ପୁ ଆଦିର ସାହାଜ୍ଯ ମଧ୍ୟ ନେଇଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଘରୋଇ ଉପାୟଟି ନେଇ ଆସିଛୁ, ତାହାକୁ ଆପଣ ଅତି ସହଜରେ ଘରେ ପ୍ରସ୍ତୁତ କରି କେଶ ଧଳା ହେବା ସମସ୍ଯାରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ । ତେବେ ଆଜିକାଲି ବଢୁଥିବା ପ୍ରଦୂଷଣ, ବଢୁଥିବା ଟେନସନ ଏବ॰ ଭୋଜନରେରେ ଜରୁରୀ ମିନେରାଲର ଅଭାବରୁ ଅତି କମ ବୟସରୁ ହିଁ କେଶ ଧଳା ପଡୁଛି ।
ତାହା ସହ କେଶ ଛିଣ୍ଡିବା ଓ ଝଡିବା ମଧ୍ୟ ଦେଖା ଯାଉଛି । ତେବେ ଉପଚାରଟି ସମ୍ବନ୍ଧରେ ଆସନ୍ତୁ ଜାଣିବା । ଭୃସୁଙ୍ଗ ପତ୍ର ସାଧାରଣତଃ ବାଡିରେ ଅବା ପାଖ ମାର୍କେଟରେ ମିଳିଯାଇପାରେ । ଭୃସୁଙ୍ଗ ପତ୍ର ଏକ ଏପରି ପତ୍ର ଯାହାର ଗୁଣ ବିଷୟରେ ଖୁବ କମ ଲୋକ ଜାଣିଥିବେ । ଯାହାକି କେଶକୁ କଳା ଓ ମଜବୁତ ରଖିବାରରେ ଖୁବ ସାହାଜ୍ଯ କରିଥାଏ । ତାହା ସହ ଆପଣଙ୍କୁ ନଡିଆ ତେଲର ଦରକାର ପଡିବ । ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ପାଖାପାଖି ୫୦ ଗ୍ରାମ ନଡିଆ ତେଲ ପକାନ୍ତୁ ।
ଏହାପରେ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ । ତେଲଟି ଫୁଟିବା ପରେ ଏଥିରେ କିଛି ଭୃସୁଙ୍ଗ ପତ୍ର ପକାଇ ବର୍ତ୍ତମାନ ଗ୍ଯାସକୁ ସିମ କରି କିଛି ସମୟ ଛାଡି ଦିଅନ୍ତୁ । କିଛି ସମୟ ପରେ ଏହାକୁ ଗ୍ଯାସରୁ ଓହ୍ଳାଇ ଆଣି ଥଣ୍ଡା ହେବା ପାଇଁ ଛାଡନ୍ତୁ । ବର୍ତ୍ତମାନ ଏହି ତେଲରୁ ଭୃସୁଙ୍ଗ ପତ୍ର ଗୁଡିକୁ ଛାଣି କୌଣସି ଏକ ବୋତଲରେ ଷ୍ଟୋର କରି ରଖି ନିଅନ୍ତୁ ।
ଏହି ତେଲକୁ ସପ୍ତାହ ରେ ତିନି ଥର କେଶ ମୂଳରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ । ବଞ୍ଚି ଯାଇଥିବା ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ନିଜର କେଶ ମୂଳରେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ କେଶ ଘନ ହୋଇ ଯିବା ସହ କଳା ମଧ୍ୟ ହୋଇଯିବ ଓ ଦୀର୍ଘ କାଳ ପର୍ଯ୍ୟନ୍ତ ମଜବୁତ ମଧ୍ୟ ରହିବ । ଏହାଦ୍ବାରା ଆପଣ ସବୁ ପ୍ରକାରର କେଶ ଜନିତ ସମସ୍ଯାରୁ ମୁକ୍ତି ପାଇ ପାରିବେ ।