ଓଡିଶା

ବାର୍ଦ୍ଧକ୍ୟ ଭତ୍ତା ଆବେଦନ କଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ: ନିଜକୁ ଅସହାୟ ଦର୍ଶାଇଲେ ଦିଲ୍ଲୀପ – bajravana

[ad_1]

କଟକ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା, ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଭାଇ ଦିଲ୍ଲୀପ ପଟ୍ଟନାୟକ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନିଜକୁ ସାମିଲ କରିବାକୁ ସେ ଆବେଦନ କରିଛନ୍ତି। କେନ୍ଦ୍ର ସରକ‌ାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଦରଖାସ୍ତ‌ରେ ନିଜକୁ ଜଣେ ଅସହାୟ ବୃଦ୍ଧ ବୋଲି ଦର୍ଶାଇ ଦିଲ୍ଲୀପ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ନିବେଦନ କରିଛନ୍ତି।

ବିଜୁ ପଟ୍ଟନାୟକ ଛକସ୍ଥିତ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପଙ୍କ ଏଭଳି ପଦକ୍ଷେପ ଆଲୋଡ଼ନ ସୃଷ୍ଟି କରିଛି। ଦିଲ୍ଲୀପଙ୍କ ବୟସ ୭୬ ବର୍ଷ। ଏଣୁ ସେ ଏବେ ଏହି ‌ଯୋଜନାରେ ଜଣେ ଯୋଗ୍ୟ ହିତ‌ାଧିକାରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଭାଇ ତଥା ଆନନ୍ଦଭବନ ସଦସ୍ୟ ଦିଲ୍ଲୀପଙ୍କ ଏଭଳି ଅସହାୟତା ଦୁଃଖଦାୟକ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ତାଙ୍କ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପ‌ରେ ମଧ୍ୟ ତାଙ୍କର ଅବସ୍ଥାରେ ସୁଧାର ଆସି ନାହିଁ।

ସୂଚନାଯୋଗ୍ୟ, ଦିଲ୍ଲୀପଙ୍କ ଅସୁସ୍ଥତା ଓ ଅସହାୟତା ଖବର ପ୍ରଥମ ‘ସମ୍ବାଦ’ ଲୋକଲୋଚନକୁ ଆଣିଥିଲା। ପରେ ବିଭିନ୍ନ ଗଣମାଧ୍ୟମରେ ଦିଲ୍ଲୀପଙ୍କ ଦୁର୍ଦ୍ଦିନ ସଂପର୍କିତ ଖବର ପ୍ରସାରଣ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲ‌ା। ବ‌ାରବାଟୀ-କଟକ ବିଧ‌ାୟକ ମହମ୍ମଦ ମୋକିମ୍‌ ଦିଲ୍ଲୀପଙ୍କୁ ଭେଟି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଭିନ୍ନ ସଂଗଠନର ସଦସ୍ୟମାନେ ଦିଲ୍ଲୀପଙ୍କୁ ଭେଟି ସମବେଦନା ଜଣାଇଥିଲେ। ମାତ୍ର ସରକାର କୌଣସି ସହଯୋଗ କରିନାହାନ୍ତି। ବାଧ୍ୟ ହୋଇ ଶ୍ରୀପଟ୍ଟନାୟକ ଜଣେ ସୂଚନା ଅଧିକାର କର୍ମୀଙ୍କ ସହାୟତାରେ ଭତ୍ତ‌ା ଆବେଦନ କରିଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button