ରାଜନୀତି

ହରିୟାଣରେ ଅପ୍ରତ୍ୟାଶିତ ପରିଣାମ, ନିର୍ବାଚନ କମିଶନଙ୍କୁ ଅବଗତ କରାଇବୁ .ଫଳାଫଳ ନେଇ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୯।୧୦: ହରିୟାଣା ଓ ଜମ୍ମୁ-କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଆସି ସାରିଛି। ବିଜେପି ହରିୟାଣାରେ ହ୍ୟାଟ୍ରିକ୍ କରିବା ସହ ବହୁମତ ପାର କରିଛି। ସେଭଳି ଅନ୍ୟପକ୍ଷେ ଜମ୍ମୁ-କଶ୍ମୀରରେ କଂଗ୍ରେସ ଓ ଉମର ଅବଦୁଲାଙ୍କ ନ୍ୟାସନାଲ କନଫ୍ରେନ୍ସ ବିଜୟୀ ହୋଇଛି। ଯେଉଁଠି ଗୋଟିଏ ପଟେ ରାଜନୈତିକ ବିଶ୍ଲେଷକ ଏହି ପରିଣାମ ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି ସେପଟେ କଂଗ୍ରେସକୁ ହରିୟାଣାରେ ମିଳିଥିବା ପରାଜୟରୁ ଲାଗିଛି ଝଟକା।

ଏବେ ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଏହି ନିର୍ବାଚନ ଫଳାଫଳ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ହରିୟାଣାରେ ମିଳିଥିବା ପରାଜୟକୁ ଅପ୍ରତ୍ୟାଶିତ। ସେଭଳି ରାହଲ ଜମ୍ମୁ-କଶ୍ମୀର ଲୋକଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ରାହୁଲ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ନିଜ ମନର କଥା ଲେଖିଛନ୍ତି। ସେ ଲେଖିଛନ୍ତି, ଜମ୍ମୁ-କଶ୍ମୀର ଲୋକଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟରେ ‘ଇଣ୍ଡିଆ’ର ବିଜୟ ସମ୍ବିଧାନର ବିଜୟ। ଲୋକତାନ୍ତ୍ରିକ ସ୍ବାଭିମାନର ବିଜୟ।’ ସେଭଳି ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଉପରେ ରାହୁଲ କହିଛନ୍ତି, ଆମେ ହରିୟାଣାର ଅପ୍ରତ୍ୟାଶିତ ରେଜଲ୍ଟ ଉପରେ ବିଶ୍ଲେଷଣ କରୁଛୁ। ଅନେକ ବିଧାନସଭା କ୍ଷେତ୍ରରୁ ଅଭିଯୋଗ ଆସୁଛି। ଆମେ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବୁ।

ଉଲ୍ଲେଖନୀୟ ଯେ, କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କଶ୍ମୀରରେ ୧୦ ବର୍ଷ ପରେ ହୋଇଥିବା ନିର୍ବାଚନରେ ନ୍ୟାସନାଲ କନଫ୍ରେନ୍ସ ଓ କଂଗ୍ରେସ ମେଣ୍ଟ ବହୁମତ ହାସଲ କରିଛି। ଇଣ୍ଡିଆ ମେଣ୍ଟକୁ ୪୮ ସିଟ୍ ମିଳିଛି, ଯାହାକି ଆଶାଠାରୁ ଆହୁରି ଦୁଇଟି ଅଧିକ। ବିଜେପି ୨୯ ସିଟ୍ ଜିତିବାରେ ସଫଳ ହୋଇଛି। ସେଭଳି ହରିୟାଣା କଥା ଯଦି କହିବା ତେବେ ୯୦ ଆସନ ଥିବା ବିଧାନସଭାରେ ବିଜେପି ୪୮ଟି ଆସନ ନିଜ ନାଁରେ କରିଛି। ଜିତିବାର ଦାବିଦାର କୁହାଯାଉଥିବା କଂଗ୍ରେସ କେବଳ ମାତ୍ର ୩୭ଟି ଆସନରେ ସୀମିତ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button