ଦେଶ ବିଦେଶ

ପରିସ୍ରା କଣ୍ଟ୍ରୋଲ ( Urinary Incontinence ) କରି ନ ପାରିବା

ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନ ର ସମୟ ରେ ମହିଳା ମାନଙ୍କ ଠାରେ ୟୁରିନାରି ଇନକଣ୍ଟିନେନ୍ସ ଭଳି ସମସ୍ଯା ବହୁଳ ଭାବରେ ଦେଖିବାକୁ ମିଳୁଛି । ଏହି ସମସ୍ଯା ରେ ବ୍ୟକ୍ତି କୁ ପରିସ୍ରା ରୋକି ନ ପାରିବା, କାଶିଲେ ବା ଛିଙ୍କିଲେ ପରିସ୍ରା ହୋଇଯିବା ଭଳି ସମସ୍ଯା ହୋଇପାରେ । ସାଧାରଣତଃ ଏହା ବିଭିନ୍ନ ପ୍ରକାରର କାରଣ ରୁ ହେବାର ଦେଖା ଯାଇଥାଏ । କିନ୍ତୁ ତଥାପି ଅଧିକ ଥର ଏହା ଇନଫେକ୍ସନ ର କାରଣ ରୁ ହେବାର ଦେଖା ଯାଇଥାଏ ।

ଏହା ଏକ ଏପରି ସମସ୍ଯା ଯାହା ପାଖ ପାଖି 20 ବୟସର ମହିଳା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ମାନଙ୍କ ପର୍ଯ୍ୟନ୍ତ ପ୍ରତ୍ଯେକ ବୟସ ର ମହିଳା ମାନଙ୍କ ଠାରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ଯୁବା ବୟସ ର ମହିଳା ମାନଙ୍କ ଠାରେ କମ ଦେଖାଯାଏ । ବୟସ ବଢିବା ସହ ଏହି ସମସ୍ଯା ଧୀରେ ଧୀରେ ଅଧିକ ଭାବରେ ଦେଖା ଦେବାରେ ଲାଗିଥାଏ ।

ର ଯେଉଁ କମ ବୟସ ର ଝିଅ ମାନେ ଅଧିକ ଭାବରେ ଚୋକଲେଟ ବା ଜଙ୍କ ଫୁଡ ଫାଷ୍ଟ ଫୁଡ ତଥା ଆଲ୍କୋହଲ ଆଦିର ସେବନ କରୁଛନ୍ତି, ସେମାନଙ୍କ ଠାରେ ହିଁ ଏହି ଭଳି ସମସ୍ଯା ଦେଖିବାକୁ ମିଳୁଛି । କିନ୍ତୁ ବୟସ୍କ ମାନଙ୍କ ମଧ୍ୟରେ ଯେଉଁ ମାନଙ୍କର ବାରମ୍ବାର ପିଲା ଜନ୍ମ ହୋଇ ସାରିଲାଣି ବା ଯାହାର ପୋଲାପ୍ସ ହେଉଛି ସେହି କେସ ରେ ହିଁ ଏହା ବୟସ୍କ ମାନଙ୍କ ଠାରେ ଅଧିକ ଦେଖା ଦେଉଛି ।

ଏହି ଭଳି ସମସ୍ଯା ଦେଖା ଦେଲେ ଚିକିତ୍ସାଳୟ କୁ ଯାଇ ଡାକ୍ତର ଙ୍କ ସହ ପରାମର୍ଶ କରାଯିବା ଉଚିତ । ଏହାର ନିରାକରଣ ପାଇଁ ପ୍ରଥମେ ଆମକୁ ଆମର ଜୀବନ ସଲି ରେ ପରିବର୍ତ୍ତନ ଅନାଇବାକୁ ହେବ । କାରଣ ପୂର୍ବେ ଏହି ଭଳି ସମସ୍ଯା କେବଳ ବାହାର ଦେଶ ମାନଙ୍କରେ ହିଁ ଦେଖିବାକୁ ମିଳୁଥିଲା ।

କିନ୍ତୁ ବର୍ତ୍ତମାନ ର ସମୟ ରେ ଏହା ଆମ ଦେଶରେ ମଧ୍ୟ ପ୍ରଚୁର ମାତ୍ରରେ ଦେଖିବାକୁ ମିଳୁଛି । ନିଜର ଖାଦ୍ୟ ପେୟ ରେ କିଛି ପରିବର୍ତ୍ତନ ଆଣିବାକୁ ହେବ । ଯେପରିକି ଆମକୁ କଫି, ଚାହା, ଅତ୍ୟଧିକ ତେଲ ମସଲା ଉକ୍ତ ଖାଦ୍ୟ ତଥା ଅତ୍ୟାଧିକ ରାଗ ଜନିତ ଖାଦ୍ୟ ଖାଇବା କମାଇବାକୁ ହେବ ।

ତାହାଛଡା ଆଲ୍କୋହଲ ତଥା ଚୋକୋଲେଟ ଆଦି ମଧ୍ୟ ଖାଇବା ବନ୍ଦ କରିବା ଆବଶ୍ୟକ । ତାହାସହ କିଗିଲ ଏକ୍ସସାଇଜ ମଧ୍ୟ ନିୟମିତ କରିବା ଆବଶ୍ୟକ । ଏହି ଏକ୍ସସାଇଜ ରେ ନିଜ ଦୁଇ ଗୋଡ ଟିକୁ ଚପାଇ ରଖିବାକୁ ହେବ । ଯେପରିକି ଏକ ନର୍ମାଲ ଲୋକ ନିଜର ଏକ ବା ଦୁଇ କୁ ରୋକିବା ପାଇଁ ଯେପରି ନିଜର ଗୋଡ କୁ ଚାପି ଅଟକାଇ ଥାଏ ।

ନହେଲେ ଏକ ତକିଆ କୁ ନେଇ ନିଜର ଦୁଇ ଗୋଡ ଫୋଲ୍ଡ ରେ ଛାପି ରାଖୀ ପାରିବ । ଏହି ପରି ଭାବରେ କରିବା ଦ୍ଵାରା ଧୀରେ ଧୀରେ ମସଲ୍ସ ଟାଇଟ ହେବାକୁ ଲାଗେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button