ଦେଶ ବିଦେଶ

ହାତରୁ ଏହି ୫ ପ୍ରକାରର ଜିନିଷ ଖସି ପଡ଼ିଲେ ମିଳିଥାଏ ଅଶୁଭ ସଂକେତ। ଜୀବନ କଠିନ ସମସ୍ୟାରେ ଭରି ଯାଇଥାଏ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବେଳେବେଳେ ଆମ ହାତରୁ ଜିନିଷପତ୍ର ଖସି ଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି, ଯାହା ହାତରୁ ଖସିଲେ ଅତ୍ୟନ୍ତ ଅଶୁଭ ହୋଇଥାଏ। ବାସ୍ତବରେ କହିବାକୁ ଗଲେ ଏହା ମଣିଷର କାର୍ଯ୍ୟ ବିଗାଡ଼ିବା ବା କ୍ଷତି ହେବାର ସଂକେତ ଦେଇଥାଏ।

ପୌରାଣିକ ମାନ୍ୟତା ଅନୁସାରେ ଅନେକ କଥା ପ୍ରଚଳିତ ରହିଛି, ଯେଉଁଥିରେ କିଛି କାର୍ଯ୍ୟ ବା ଘଟଣାକୁ ଶୁଭ ବା ଅଶୁଭ ମାନାଯାଇଛି। ଦୈନନ୍ଦିନ କାର୍ଯ୍ୟରେ ଆମ ହାତରୁ କିଛି ନା କିଛି ଖସି ପଡ଼ିଥାଏ। ତାପରେ ଆମେ ଏହାକୁ ପୂର୍ବ ସ୍ଥିତିରେ ରଖି ଦେଇଥାଉ।

କିନ୍ତୁ ଏଥିରେ କିଛି ଲୋକ ଧ୍ୟାନ ଦେଇ ନଥାନ୍ତି। ବେଳେବେଳେ ବାତାବରଣ ହାତରୁ ଜିନିଷ ଖସି ପଡ଼ିଥାଏ। ଏଭଳି ମାନା ଯାଇଥାଏ କି, କିଛି ଜିନିଷ ଆପଣଙ୍କ ହାତରୁ ଖସିବା ଦ୍ଵାରା ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇ ଥାଏ। ଯଦି ଆପଣଙ୍କ ସହିତ ମଧ୍ୟ ଏଭଳି ହେଉଛି, ତାହେଲେ ବୁଝି ଯାଆନ୍ତୁ କି, ଆପଣଙ୍କ ଜୀବନରେ କଠିନ ସମସ୍ୟା ମାଡି ଆସୁଛି। ତେବେ ଆସନ୍ତୁ ସେହି ଶୁଭ ଓ ଅଶୁଭ କାର୍ଯ୍ୟ ବା ଘଟଣା ବିଷୟରେ ବିସ୍ତାର ରୂପରେ ଜାଣିବା।

କ୍ଷୀର ହାତରୁ ଖସି ପଡିବା :-

ଶାସ୍ତ୍ର ଅନୁସାରେ, କ୍ଷୀର ଫୁଟି ଫୁଟି ଉତୁରି ଯିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାସହିତ କ୍ଷୀର ରହିଥିବା ପାତ୍ର ଆମ ହାତରୁ ଖସି ପଡ଼ିଲେ ଅତ୍ୟନ୍ତ ଅଶୁଭ ସାବ୍ୟସ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି। କ୍ଷୀର ସହିତ ଚନ୍ଦ୍ରଙ୍କର ସମ୍ବନ୍ଧ ରହିଛି। ତେଣୁ ମାନ୍ୟତା ରହିଛି କି, କ୍ଷୀର ଉତୁରି ଯିବା ନା କ୍ଷୀର ପାତ୍ର ହାତରୁ ପଡ଼ି ଗଲେ ଆର୍ଥିକ ସଂକଟରେ ମୁକାବିଲା କରିବାକୁ ପଡିପାରେ। ଏହାସହିତ ମାନସିକ ଅସୁସ୍ଥତା ମଧ୍ୟ ଦେଖା ଯାଇଥାଏ।

ହାତରୁ ଖାଦ୍ୟ ଥାଳି ଖସି ଯିବା :-

ଧାର୍ମିକ ମାନ୍ୟତା ଅନୁସାରେ ଖାଦ୍ୟ ପରସୁଥିବା ସମୟରେ ହାତରୁ ଖାଦ୍ୟ ଥାଳି ଖସି ପଡ଼ିଲେ ଏହା ଅତ୍ୟନ୍ତ ଅଶୁଭ ସାବ୍ୟସ୍ତ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କର ଘରକୁ ଆର୍ଥିକ ସଙ୍କଟ ମାଡି ଆସୁଚି ଏବଂ ଦାରିଦ୍ର୍ୟତା ଗ୍ରାସ କରି ପାରେ।

ହାତରୁ ପୂଜା ଥାଳି ଖସି ପଡ଼ିଲେ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବେଳେବେଳେ ଆମ ହାତରୁ ପୂଜା ଥାଳି ଖସି ପଡିଥାଏ। ଏହା ସାଧାରଣ କଥା ଅଟେ। କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ହାତରୁ ପୂଜା ଥାଳି ଖସି ପଡୁଛି, ତାହେଲେ ବୁଝି ଯାଆନ୍ତୁ କି ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ନାହାନ୍ତି। ଏହାସହିତ ଭବିଷ୍ୟତରେ ଆପଣଙ୍କୁ କୌଣସି କଠିନ ସମସ୍ୟା ଦେଇ ଗତି କରିବାକୁ ପଡିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button