ଜ୍ୟୋତିଷ

ଏହି ଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ଦ୍ଵାରା ଘରକୁ ମାଡି ଆସିଥାଏ ଦାରିଦ୍ର୍ୟତା, ଜାଣନ୍ତୁ କଣ କହୁଛି ବାସ୍ତୁ ଶାସ୍ତ୍ର।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମନୁଷ୍ୟ ନିଜର ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟ ଓ ଜୀବନଶୈଳୀକୁ ଧ୍ୟାନ ଦେଇ ନଥାନ୍ତି। ଯାହାଫଳରେ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ଆଜି ଆମେ ଆପଣଙ୍କୁ ଭୋଜନ ଗ୍ରହଣ କରିବା ବିଷୟରେ କିଛି ଖାସ ନିୟମ ବିଷୟରେ କହିବାକୁ ଯାଉଛୁ। ସେହି ନିୟମ ଗୁଡ଼ିକୁ ପାଳନ ନକଲେ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଭୋଜନ ପ୍ରସ୍ତୁତି ଠାରୁ ଆରମ୍ଭ କରି ଭୋଜନ ପରଷିବା ଓ ଭୋଜନ ଗ୍ରହଣ କରିବା ପର୍ଯ୍ୟନ୍ତ ଅନେକ ନିୟମ ବିଷୟରେ କୁହାଯାଇଛି। କିନ୍ତୁ ପ୍ରାୟତଃ ଅଧିକାଂଶ ଲୋକ ଏହି ନିୟମ ଗୁଡ଼ିକୁ ଅଣଦେଖା କରିଥାନ୍ତି, ଯାହାଫଳରେ ପରମୁହୁର୍ତ୍ତରେ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ। ମନୁଷ୍ୟ ନିଜ ବ୍ୟସ୍ତ ବହୁଳ ଜୀବନରେ ଶୀଘ୍ର ଶୀଘ୍ର ଭୋଜନ କରିଥାଏ, ଯାହା ତାର ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଶାସ୍ତ୍ରରେ ଭୋଜନ ଗ୍ରହଣ କରିବାର ଖାସ ନିୟମ ବିଷୟରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ଭୋଜନ ସମ୍ବନ୍ଧିତ କେଉଁ କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ।

ଭୋଜନ ସମ୍ବନ୍ଧିତ କେଉଁ କଥା ଉପରେ ଧ୍ୟାନ ରଖିବେ :-

– ବାସ୍ତୁ ଶାସ୍ତ୍ର ଅନୁସାରେ ଭୋଜନ ଗ୍ରହଣ କରୁଥିବା ସମୟରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ଉଚିତ ନୁହେଁ। ଦକ୍ଷିଣ ଦିଗକୁ ମୃତ୍ୟୁର ଦେବତା ଯମ ଓ ମୃତକଙ୍କ ଦିଗ ମାନା ଯାଇଥାଏ। ଏହି ଦିଗରେ ଭୋଜନ କରିବା ଦ୍ଵାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଗ୍ରହ ମାନଙ୍କର ଅଶୁଭ ଦୃଷ୍ଟି କୁଣ୍ଡଳୀ ଉପରେ ପଡ଼ିଥାଏ। ଯାହାଫଳରେ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ଅସଫଳ ହୋଇ ପାରନ୍ତି।

– ଆପଣ ଭୋଜନ କରିବା ପୂର୍ବରୁ ଅଳ୍ପ ଭୋଜନ ତଳେ କାଢି ଦିଅନ୍ତୁ। ତାପରେ ଖାଦ୍ୟ ଖାଇ ସାରିବା ପରେ ଏହି ଖାଦ୍ୟକୁ ପଶୁ ବା ପକ୍ଷୀ ମାନଙ୍କୁ ଖାଇବାକୁ ଦେଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଅନ୍ନପୂର୍ଣ୍ଣା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିବେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

– ଭୋଜନ କରୁଥିବା ପାଣି ଗ୍ଲାସକୁ ସର୍ବଦା ଡାହାଣ ପାଖରେ ରଖନ୍ତୁ। ଡାହାଣ ହାତରେ ଭୋଜନ କରି ପାଣି ମଧ୍ୟ ପିଇ ପାରିବେ। ଏଭଳି କରିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

– ଭୋଜନ କରିବା ପରେ କେବେବି ଥାଳିରେ ହାତ ଧୁଅନ୍ତୁ ନାହିଁ। ଅନ୍ନ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ। ତେଣୁ ଯେଉଁ ଥାଳିରେ ଅନ୍ନ ଖାଇବେ, ସେଠାରେ ହାତ ଧୋଇଲେ ପାପ ଲାଗିଥାଏ। ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ। ଆର୍ଥିକ ସଙ୍କଟ ଦେଖା ଦେବା ସହିତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି।

– ଅଧିକାଂଶ ସ୍ତ୍ରୀଲୋକମାନେ ନିଜ ସ୍ଵାମୀଙ୍କ ଅଇଁଠା ଥାଳିରେ ଭୋଜନ କରି ଥାଆନ୍ତି। ଏଭଳି କରିବା ଭୁଲ ଅଟେ, ଯାହାଫଳରେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ସମସ୍ତେ ସଫା ଓ ପରିଷ୍କାର ଥାଳିରେ ଭୋଜନ କରିବା ଆବଶ୍ୟକ। ଏହାସହିତ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button