କ୍ୟାପସିକମ୍ ଖାଇବା କାହିଁକି ଜରୁରୀ ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ.
ନୂଆଦିଲ୍ଲୀ ୦୫।୧୦: କ୍ୟାପସିକମ୍ । ସମସ୍ତଙ୍କ ଘରକୁ ଆସୁଥିବା ଏକ ଆବଶ୍ୟକୀୟ ପରିବା । ଏହା ତିନୋଟି ରଙ୍ଗରେ ବଜାରରେ ମିଳିଥାଏ । ସବୁଜ, ହଳଦିଆ ଏବଂ ନାଲି । କିନ୍ତୁ ଅଧିକାଂଶ ଭାରତୀୟ ଘରେ ଗ୍ରୀନ କ୍ୟାପସିକମ୍ ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ ।
ଭିନ୍ନ ଭିନ୍ନ ଖାଦ୍ୟରେ ବ୍ୟବହାର ହେଉଥିବା କ୍ୟାପ୍ସିକମ୍ କେବଳ ସ୍ୱାଦିଷ୍ଟ ତା ନୁହେଁ, ଗୁଣବତ୍ତା ଦୃଷ୍ଟିରୁ ଏହା କମ୍ ନୁହେଁ ।
କ୍ୟାପସିକମ୍ରେ ପୋଟାସିୟମ୍, ଫାଇବର, ଭିଟାମିନ୍ ସି, ଆଇରନ୍, ଭିଟାମିନ୍ ବି 6, ମ୍ୟାଗ୍ନେସିୟମ୍ କ୍ୟାଲସିୟମ୍, ପ୍ରୋଟିନ୍ ଇତ୍ୟାଦି ମିଳିଥାଏ । ଯଦିଓ କ୍ୟାପସିକମ୍ରେ ଖଟା ସ୍ୱାଦ ନଥାଏ, ଏଥିରେ ସର୍ବାଧିକ ପରିମାଣର ଭିଟାମିନ୍ ସି ଥାଏ, ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
କ୍ୟାପସିକମ୍ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହା ଶରୀରକୁ ଅନେକ ଛୋଟବଡ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାଏ । ଖାସ୍ କରି ଶରୀରକୁ ସଂକ୍ରମିତ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ । କ୍ୟାପସିକମରେ ଭଲ ପରିମାଣର ପୋଟାସିୟମ୍ ମଧ୍ୟ ରହିଥାଏ । ତେଣୁ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଏହା ହୃଦୟ ପାଇଁ ବେଶ୍ ଲାଭଦାୟକ ।
ଭିଟାମିନ୍ ବି 6 କ୍ୟାପସିକମରେ ମିଳିଥାଏ । ଯାହା ମସ୍ତିଷ୍କ ପାଇଁ ଆବଶ୍ୟକ ଅଟେ । ଏହାବ୍ୟତୀତ କ୍ୟାଲସିୟମରେ ହେମୋଗ୍ଲୋବିନ୍ ଉତ୍ପାଦନରେ ସହାୟକ ହୋଇଥାଏ । କ୍ୟାପସିକମ୍ ଭିଟାମିନ୍ ସି ର ଏକ ଉତ୍କୃଷ୍ଟ ଉତ୍ସ । ଏହା ସ୍କିନ୍କୁ ସଂକ୍ରମଣରୁ ରକ୍ଷା କରିବାରେ ପ୍ରଭାବଶାଳୀ । ଏହା ସ୍କିନ୍ର ଚମକ ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ ।