ଦେଶ ବିଦେଶ

ଚିକିତ୍ସା କରାଇବାକୁ ଆସି ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା । ଦିଲ୍ଲୀ ଜୋତପୁରର କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ କରିଛନ୍ତି । ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ଡ୍ରେସିଂ କରିବା ପରେ ଡାକ୍ତରଙ୍କୁ ଭେଟିବାକୁ କହିଥିଲେ ଦୁର୍ବୃତ୍ତ । ମୃତ ଡାକ୍ତରଙ୍କ ନାମ ଜାଭେଦ ବୋଲି ସୂଚନା । ତେବେ ହତ୍ୟାର କାରଣ ଜଣାପଡ଼ିନି, ସିସିଟିଭି ଆଧାରରେ ତଦନ୍ତ କରୁଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button