ଖେଳ ଖବର

ମେଡାଲ କ୍ଷତି ପାଇଁ ଭିନେଶଙ୍କୁ ଦେଶକୁ କ୍ଷମା ମାଗିବା ଦରକାର, ଟାର୍ଗେଟ କଲେ ଅଲିମ୍ପିକ୍ ପଦକ ବିଜେତା ରେସଲର

ନୂଆଦିଲ୍ଲୀ,୨୪।୯: ଷ୍ଟାର ରେସଲର ଭିନେଶ ଫୋଗାଟଙ୍କୁ ଅଲିମ୍ପିକ୍ସ ପଦକ ବିଜେତା ରେସଲର ଓ ବିଜେପି ନେତା ଜୋଗିନ୍ଦର ଦତ୍ତଙ୍କ ଟାର୍ଗେଟ। ସେ କହିଛନ୍ତି ଭିନେଶଙ୍କୁ ଦେଶକୁ ମେଡାଲ ଆଣିବାରେ ବିଫଳ ହୋଇଥିବାରୁ ତାଙ୍କୁ କ୍ଷମା ମାଗିବା ଦରକାର। ଅଲିମ୍ପିକ୍ସରେ ଡିସ୍କ୍ବାଲିଫିକେସନ୍କୁ ନେଇ ସେ ଭିନେଶଙ୍କୁ ଘେରିଛନ୍ତି।

ଭିନେଶଙ୍କ ବିରୋଧରେ ସେ ଦେଶରେ ଖରାପ ଛବି ତିଆରି କରିଥିବାର ଅଭିଯୋଗ କରିଛନ୍ତି।

ନିକଟରେ ଭିନେଶ କଂଗ୍ରେସରେ ଯୋଗ ଦେବାକୁ ନେଇ ସେ କହିଛନ୍ତି, ରାଜନୀତିକୁ ଯିବା ସମସ୍ତଙ୍କର ନିଜସ୍ବ କଥା। ମୁଁ ବିଜେପିକୁ ଆସିଛୁ, ବବିତା ଜୀ ମଧ୍ୟ ବିଜେପିକୁ ଆସିଛନ୍ତି, ହେଲେ ଭିନେଶ କଂଗ୍ରେସକୁ ଗଲେ। ଏଥିରେ କିଛି ଅସୁବିଧା ନାହିଁ, ଏହା ନିଜସ୍ବ ନିଷ୍ପତ୍ତି। କିନ୍ତୁ ଦେଶକୁ ସତ ଜଣାପଡିବା ଦରକାର। ଅଲିମ୍ପିକ୍ସରେ ଡିସ୍କ୍ବାଲିଫିକେସନ୍ ହେଉ କିମ୍ବା ଆନ୍ଦୋଳନ ନଚେତ ନୂଆ ସଂସଦର ଉଦଘାଟନ ବେଳେ ଭାରତର ଖରାପ ଛବି ଦେଖାଇବା। ଏହି କାରଣରୁ ଭିନେଶଙ୍କୁ ଦେଶକୁ କ୍ଷମା ମାଗିବା ଦରକାର। ପ୍ରଥମ କଥା ହେଲା କୌଣସି ଖେଳାଳି ଡିସକ୍ବାଲିଫାଏ ହେଲେ ତାକୁ ଦେଶକୁ କ୍ଷମା ମାଗିବା ଉଚିତ।

ଦତ୍ତ କହିଛନ୍ତି, ସମସ୍ତଙ୍କୁ ଜଣାଅଛି ଯଦି କେହି ଡିସକ୍ବାଲିଫାଏ ହୁଏ ଆଉ ତା’ର କାରଣ ଗୋଟେ ଗ୍ରାମ୍ ହେଉ ପଛେ ତାହା ଡିସ୍କ୍ବାଲିଫିକେସନ୍। ଦେଶରେ ଭୁଲ ଖବର ଦେଖାଉଛନ୍ତି। ଏଭଳି ମିଛ ଆନ୍ଦୋଳନ କରି ଲୋକଙ୍କୁ ଏକାଠି କରାଯାଇଥିଲା। ଅଲମ୍ପିକ୍ସରେ ହାରିବା ପରେ ବି ଭିନେଶ ଦେଶବାସୀଙ୍କୁ କ୍ଷମା ମାଗି ନାହାନ୍ତି। ହେଲେ ଏଠାରେ ତାଙ୍କୁ ସ୍ବାଗତ ହେଉଛି। ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି। ଭୁଲ ପରେ ବି ସ୍ବାଗତର ପ୍ରଥା ଭାରତରେ ଯାହା ଚାଲିଛି ତାହା ଭୁଲ।’

Related Articles

Leave a Reply

Your email address will not be published. Required fields are marked *

Back to top button