ଦେଶ ବିଦେଶ

ଆସିବା ପୂର୍ବରୁ ଶରୀରରେ କଣ ହୋଇଥାଏ ଓ ଏଥିରୁ କିପରି ବଞ୍ଚିବେ ? ଜାଣନ୍ତୁ…

ବର୍ତ୍ତମାନ ର ସମୟରେ ଆମ ଦେଶ ଭାରତ ରେ ଅଧିକ ର ଅଧିକ ଲୋକ ଙ୍କ ଠାରେ ହାର୍ଟ ଜନିତ ସମସ୍ଯା ଦେଖିଆବାକୁ ମିଳୁଛି ଯାଞ୍ଚ ରୁ ଏହା ମଧ୍ୟ ଜାନା ଅଜିଛି କି ପ୍ରତି ବର୍ଷ ଆମ ଦେଶରେ ଅନେକ ଅନେକ ସଂଖ୍ୟା ରେ ଲୋକ ମାନେ ଏହି ହାର୍ଟ ଆଟାକ କାରଣ ରୁ ମୃତ୍ୟୁ ମୁଖରେ ମଧ୍ୟ ପଡ଼ୁଛନ୍ତି । ଅନେକ ଥର ଲୋକ ମାନେ ଆଟାକ ଆସିବା ପରେ ଜାଣି ମଧ୍ୟ ପରି ନଥାନ୍ତି । ଏହା କାରଣ ରୁ ସେମାନେ ଡାଃ ଙ୍କୁ ବିଳମ୍ବ ରେ ପରାମର୍ଶ କରନ୍ତି ।

 

ତାହାଛଡା ଅନେକ ଥର ଆଟାକ ଆସିବା ପରେ ବିଳମ୍ବ ରେ ଡାକ୍ତର ଖାନା ପହଞ୍ଚିବା କାରଣ ରୁ ମଧ୍ୟ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଯିବାର ଦେଖା ଯାଇଥାଏ । ଏଥି ପାଇଁ ପ୍ରତ୍ଯେକ ବ୍ୟକ୍ତି ଙ୍କୁ ଏହି ହାର୍ଟ ଆଟାକ ର କାରଣ ଲକ୍ଷଣ ଓ ତାହାସହ ହାର୍ଟ ଅଟାକ ହେଲେ କଣ କରାଯିବା ଉଚିତ ସେ ବିଷୟ ରେ ଜାଣି ଥିବା ଆବଶ୍ୟକ ।

ର ଅର୍ଥ ହେଉଛି ହାର୍ଟ ରେ ରକ୍ତ ସଂଚାଳନ ହେବା ସମୟ ରେ ଯେତେବେଳେ ଧମନୀ ରେ ରକ୍ତ ଜମାଟ ହୋଇଯାଏ ଏହା କାରଣ ରୁ ହାର୍ଟ ର କୋଷ ଗୁଡିକୁ ରକ୍ତ ସଂଚାର ହେବା କମ ହୋଇ ଯାଇଥାଏ । ଯାହାଫଳରେ କୋଷିକା ଗୁଡିକ ମାରି ଯାଇଥାଏ । ଏହା ଦ୍ଵାରା ବ୍ୟକ୍ତି ଜଣକ କୁ ହାର୍ଟ ଆଟାକ ଆସିଥାଏ ।

ହାର୍ଟ ଆର୍ଟାକ ହେବାର ପ୍ରଥମ କାରଣ ହେଉଛି ଡାଇବେଟିସ ବା ମଧୁମେହ ରୋଗ । ଏହାର ଅର୍ଥ ଶରୀର ରେ ସୁଗାର ମାତ୍ରା ଅଧିକ ହେଲେ ହାର୍ଟ ର କୋଷିକା ବା ମସଲ୍ସ ଗୁଡିକ ସବୁ ନଷ୍ଟ ହୋଇ ଯାଇଥାଏ । ଯାହାଦ୍ୱାରା ହାର୍ଟ ଆର୍ଟାକ ହେବାର ଦେଖାଦିଏ । ଏହାର ଆଉ ଏକ କାରଣ ହେଉଛି ହାଇପର ଟେନସନ । ଯଦି କେହି ବ୍ୟକ୍ତିର ବିପି 140/90 ରୁ ଅଧିକ ଥାଏ ତେବେ ସେହି ବ୍ୟକ୍ତି କୁ ମଧ୍ୟ ହାର୍ଟ ଆର୍ଟାକ ଆସିବାର ସମ୍ଭାବନା ରହିଛି ।

ସିଗାରେଟ, ତମ୍ବାକୁ, ବିଡି ଆଦି ନିଶା ଜାତୀୟ ପଦାର୍ଥ ର ସେବନ ଦ୍ଵାରା ମଧ୍ୟ ହାର୍ଟ ଆର୍ଟାକ ଆସିବାର ସମ୍ଭାବନା ଅଧିକ ଥାଏ । ତାହାଛଡା ହାର୍ଟ ଆର୍ଟାକ ଆସିବା ପରେ ବ୍ୟକ୍ତି ର ସର୍ବ ପ୍ରଥେମ ଛାତି ରେ ଯନ୍ତ୍ରଣା ହୋଇଥାଏ । ଏହାଛଡା ଛାତି ଭାରି ଭାରି ଅନୁଭବ ହୋଇଥାଏ ଓ ଜ୍ଵଳା ପୋଡା ମଧ୍ୟ ଅନୁଭବ ହେବ । ଏହା ସହ ଶ୍ଵାସ ନେବା ରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ ।

 

ଯଦି ଆପଣ ଙ୍କୁ ମଧ୍ୟ ଏଭଳି କିଛି ଅନୁଭବ ହୁଏ, ତେବେ ଆପଣ ମାନେ ଏହାକୁ ଅଣଦେଖା ନ କରି ଯତାହା ଶୀଘ୍ର ହିଁ ଡାକ୍ତର ଙ୍କ ପାଖକୁ ଯାଇ ଯାଞ୍ଚ କରି ପରାମର୍ଶ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button