ଦେଶ ବିଦେଶ

ଏବେବି ଦେହରେ ରଖିଛନ୍ତି ପୂର୍ବତନ ସ୍ଵାମୀଙ୍କ ଟାଟୁ, ଅଲଗା ହେବା ପରେ ବି ସ୍ଵାମୀଙ୍କ ନାଁ କାହିଁକି ଲିଭେଇ ନାହାନ୍ତି

। ସୂଚନା ଅନୁସାରେ ଅଭିନେତ୍ରୀ ନିଜ ଦେହରେ ରଖିଛନ୍ତି ନିଜ ପୂର୍ବ ସ୍ଵାମୀଙ୍କ ନାମ ! ନିଜ ପୂର୍ବ ସ୍ଵାମୀଙ୍କ ସ୍ମୃତି ସବୁଦିନ ନିଜ ମନରେ ସାଇତି ରଖିବା ପାଇଁ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ନିଜ ଦେହରୁ ତାଙ୍କ ନାମର ଟାଟୁକୁ ଲିଭାଇ ନାହାନ୍ତି । ତେବେ ସେହି ଚର୍ଚିତ ତଥା ସୁନ୍ଦରୀ ନାୟିକା ଜଣଙ୍କ ହେଉଛନ୍ତି ସାମନ୍ଥା ଋତୁ ପ୍ରଭୁ । ତେବେ ସାଉଥ ଅଭିନେତ୍ରୀ ନିଜର ଅଭିନୟ ତଥା ସୁନ୍ଦରତା ପାଇଁ ସମସ୍ତଙ୍କ ମନରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

 

ତେବେ ଖାଲି ଚଳଚିତ୍ର କାହିଁକି ଅଭିନେତ୍ରୀ ସାମନ୍ଥା ନିଜର ବ୍ୟକ୍ତିଗତ ଜୀବନୀ ପାଇଁ ମଧ୍ୟ ସେ ଅନେକ ସମୟରେ ଗଣ ମାଧ୍ୟମରେ ଚର୍ଚାର ପରିସରକୁ ଆସିଛନ୍ତି । ତେବେ ଅଭିନେତ୍ରୀ ସାମନ୍ଥା ମଧ୍ୟ ବହୁ ଗୁଡିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ନିକଟ ଅତୀତରେ ସିଟା ଡେଲ ୱାର୍ଲ୍ଡ ପ୍ରିମିୟରରେ ଯୋଗ ଦେଇଥିଲେ । ତାପରେ ସେହି ପ୍ରିମିୟରରୁ ବାହାରିବା ସମୟରେ ଅଭିନେତ୍ରୀ ସାମନ୍ଥାଙ୍କ ଫୋଟ ଗଣ ମାଧ୍ୟମରେ ଚର୍ଚାକୁ ଆସିଥିଲା ।

କାରଣ ସେହି ଫୋଟରେ ଅଭିନେତ୍ରୀଙ୍କ ପୂର୍ବ ସ୍ଵାମୀଙ୍କ ଡାକ ବେଳର ନାମର ଟାଟୁ ରହିଥିଲା । ତେବେ ସେହି ଚର୍ଚିତ ଅଭିନେତ୍ରୀ ୨୦୧୭ ମସିହାରେ ସାଉଥ ହିରୋ ନାଗ ଚୈତନ୍ୟଙ୍କୁ ବିବାହ କରିଥିଲେ । ଉଭୟ ବିବାହ ପରେ ବେଶ ହସଖୁସିରେ ରହୁଥିବାର ମଧ୍ୟ ନଜର ଆସିଥିଲା । କାରଣ ସେହି ସୁନ୍ଦର ଦମ୍ପତ୍ତିଙ୍କ ଫୋଟ ଅନେକ ସମୟରେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଭାଇରାଲ ହୋଇଛି । ଯାହାଙ୍କୁ ଅନେକ ଲୋକ ମଧ୍ୟ ବହୁତ ଲୋକପ୍ରିୟତା ଦେଇଛନ୍ତି ।

 

ତେବେ ସେହି ସମୟରେ ଅଭିନେତ୍ରୀ ସାମନ୍ଥା ନିଜ ସ୍ଵାମୀ ନାଗ ଚୈତନ୍ୟଙ୍କର ନାମରେ ନିଜ ଦେହରେ ଟାଟୁ କରିଥିଲେ । ତେବେ ବିବାହର କିଛି ବର୍ଷ ଅର୍ଥାତ ୨୦୨୧ ମସିହାରେ ପରେ ପାରିବାରିକ କଳହ କାରଣରୁ ଉଭୟ ଦମ୍ପତ୍ତି ଷ୍ଟାର ଯୋଡି ଦୁହେଁ ଦୁହିଙ୍କର ଠାରୁ ଡିଭୋର୍ଷ ନେଇ ଅଲଗା ହୋଇଯାଇଥିଲେ । ହେଲେ ଏବେ ପର୍ଯ୍ୟନ୍ତ ସାଉଥ ନାୟିକା ନିଜ ଦେହରେ ରଖିଥିବା ନିଜ ପୂର୍ବ ସ୍ଵାମୀଙ୍କର ନାମରଟାଟୁକୁ ସେ ଲିଭାଇ ନାହାନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button