ଦେଶ ବିଦେଶ

ରାସ୍ତାରୁ ଟଙ୍କା ପାଇବାର ଅର୍ଥ କଣ ହୋଇଥାଏ ? ଏହା ଆମକୁ କି ପ୍ରକାର ସଂକେତ ଦେଇଥାଏ…

ଆମେ ସମସ୍ତେ କେବେ ନା କେବେ ରାସ୍ତାରୁ ଟଙ୍କା ନିହାତି ଭାବେ ପାଇଥାଉ । ଯେଉଁ ଟଙ୍କାକୁ ଦେଖି ଆମେ ସଙ୍ଗେ ସଙ୍ଗେ ତାହାକୁ ଉଠାଇ ନେଇଆସିଥାଉ । ହେଲେ ଆପଣ କଣ ରାସ୍ତାରେ ପଡିଥିବା ଟଙ୍କା ପାଇବାର ଅର୍ଥ କଣ ଜାଣିଛନ୍ତି । ତେବେ ଆଜି ଏଠାରେ ରାସ୍ତାରୁ ଟଙ୍କା ପାଇବାର ଅର୍ଥ କଣ ହୋଇଥାଏ କହିବୁ । ତେବେ କୌଣସି ଲୋକ ନିଜ ଜୀବନରେ କେବେ ନା କେବେ ଯେଉଁ ଟଙ୍କାକୁ ରାସ୍ତାରୁ ପାଇଯାଇଥାଏ ।

 

ସେହି ଟଙ୍କାକୁ ସେ ମନ୍ଦିରରେ ଅଥବା କୌଣସି ଭିକାରୀକୁ ଦାନ କରିଦେଇଥାଏ । ନଚେତ ସେହି ରାସ୍ତାରୁ ପାଇଥିବା ଟଙ୍କାକୁ ନିଜ ପାଖରେ ହିଁ ରଖିଦେଇଥାଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବାଟରୁ ପଡିଥିବା ଟଙ୍କାକୁ ପାଇବାକୁ ଶୁଭ କୁହାଯାଇଥାଏ । କାରଣ ଆପଣ ଯେତେବେଳେ ରାସ୍ତାରୁ କାହାର ଟଙ୍କାକୁ ପାଇଥାନ୍ତି । ସେତେବେଳେ ସେହି ବ୍ୟକ୍ତି ଯାହାର ଟଙ୍କା ହଜିଯାଇଛି ତାହାର ଊର୍ଜା ଆପଣଙ୍କ ପାଖକୁ ଆସିଥାଏ । ଯାହାକି ସକାରାତ୍ମକ ଊର୍ଜା ହୋଇଥାଏ ।

ତେବେ ରାସ୍ତାରୁ ଟଙ୍କା ପାଇବା ଦ୍ଵାରା ଆମକୁ ଏହା ସୂଚନା ମିଳିଥାଏ । ଯେ ଆପଣଙ୍କୁ ନିଜର କୌଣସି ଏକ କାର୍ଯ୍ୟରେ ଶୁଭ ଫଳ ମିଳିବାକୁ ଯାଉଛି । ଏଥିସହ ଆପଣଙ୍କର ଆତ୍ମବିଶ୍ବାସ ମଧ୍ୟ ବଢିବାକୁ ଲାଗିବ । ତେବେ କିନ୍ତୁ ରାସ୍ତାରୁ ଟଙ୍କା ପାଇବାର ଭିନ୍ନ ଭିନ୍ନ ଅର୍ଥ ହୋଇଥାଏ ।

 

1- ଯେପରି ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ହତାଶ ହୋଇ ଯାଉଥିବା ସମୟରେ ତା’ କୁ ରାସ୍ତାରୁ ଟଙ୍କା ମିଳିଯାଇଥାଏ । ତେବେ ସେହି ଟଙ୍କା ଆପଣଙ୍କ ଜୀବନରେ କିଛି ସଫଳତା ମଧ୍ୟ ଆଣିଦେଇଥାଏ । ତେବେ କିନ୍ତୁ ସେହି ରାସ୍ତାରୁ ପାଇଥିବା ଟଙ୍କାକୁ ନିଜେ ଖର୍ଚ ନକରି ତାହାକୁ ମନ୍ଦିରରେ ଦାନ କରି ଦିଅନ୍ତୁ । ଏହାପରେ ଭଗବାନଙ୍କ ଉପରେ ଏବଂ ନିଜ ଉପରେ ଭରଷା ରଖି ଆଗକୁ ନିଜର କର୍ମ କରି ଚାଲନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳତା ନିହାତି ଭାବେ ମିଳିବ।

 

2- ଯେଉଁ ବ୍ୟକ୍ତିର କିଛି ଅଭାବ, ଅନାଟନ ନଥାଇ ମଧ୍ୟ ସେ ଅଚାନକ ଭାବେ ରାସ୍ତାରୁ ଟଙ୍କା ପାଇଥାଏ । ତେବେ ଏହା ବ୍ୟକ୍ତିର ଜୀବନରେ ରହିଥିବା ସବୁ ସମସ୍ଯା ଦୂର ହେବାର ସଂକେତ ଦେଇଥାଏ । ଏଥିସହ ସେହି ବ୍ୟକ୍ତିର ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହୋଇଯାଇଥାଏ । ତେଣୁ ଯେଉଁ ବ୍ୟକ୍ତି ମାନେ ରାସ୍ତାରୁ ଟଙ୍କା ପାଇଥାନ୍ତି । ସେମାନେ ସେହି ଟଙ୍କାକୁ କୌଣସି ଧାର୍ମିକ କାର୍ଯ୍ୟରେ ଲଗାଇବା ଦ୍ଵାରା ବ୍ୟକ୍ତିର ମଙ୍ଗଳ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button