ଦେଶ ବିଦେଶ

ପାଠ କିଛି ମନେ ରହୁନି କି ! ପାଠ ବହୁତ ସହଜରେ ମନେ ରଖିବାର ସହଜ ଉପାୟ !

ଜୀବନରେ ପାଠର ଭୂମିକା ବହୁତ ଅଧିକ ରହିଥାଏ । ପାଠ ପଢା ପାଇଁ ବହୁତ ପିଲା ଅଧିକ ଟେନସନ ନେଇଯାଇଥାନ୍ତି । ଏମିତି ପାଠ ବିଷୟରେ ଭାବୁ ଭାବୁ ତାଙ୍କ ପରୀକ୍ଷା ମଧ୍ୟ ଆସିଯାଇଥାଏ । ଯଦି ସେମାନେ ପରୀକ୍ଷା ପୂର୍ବରୁ ଠିକ ଭାବରେ ପଢିନଥାନ୍ତି । ତେବେ ତାଙ୍କର ପରୀକ୍ଷା ମଧ୍ୟ ଭଲ ହୋଇନଥାଏ । ତେବେ ବିଦ୍ୟାର୍ଥୀ ମାନେ କିପରି ଭାବେ ଭଲ ପାଠ ପଢି ପରୀକ୍ଷାରେ ଭଲ ମାର୍କ ଆଣିପାରିବେ ସେହି ଉପରେ କିଛି ଭଲ ଷ୍ଟଡି ଟିପ୍ସ ଦେବାକୁ ଯାଉଛୁ ।

 

1- ପିଲା ମାନେ ଯେତେବେଳେ ପାଠ ପଢିବାକୁ ବସୁଛନ୍ତି । ସେତେବେଳେ ତାଙ୍କର ରହିଥିବା ବାକି କାମ ସବୁ ସାରିକି ତାଙ୍କୁ ପାଠ ପାଖରେ ବସିବାକୁ ପଡିବ । କାରଣ ଯଦି କୌଣସି ପିଲା ତାଙ୍କର ବାକି କାମ ସାରିନଥିବ । ତେବେ ସେ ପାଠ ମଝିରୁ ବାରମ୍ବାର ତା’ ର ବାକି ଥିବା କାମକୁ ମନ ପକାଉଥିବ । ତେଣୁ ଯାହା କାମ ଥିବ ତାହାକୁ ସାରି ପାଠ ପଢାରେ ବସିବାକୁ ଚେଷ୍ଟା କରନ୍ତୁ ।

2- ପାଠକୁ ଘୋଷିକି ମନ ରଖିବା ବଦଳରେ ବୁଝିବାକୁ ପ୍ରଥମେ ଚେଷ୍ଟା କରନ୍ତୁ । ପ୍ରଥମେ ଯେଉଁ ଟପିକ ପଢିବାକୁ ବସୁଛନ୍ତି । ତାହାକୁ ଭଲ ଭାବେ ବୁଝାନ୍ତୁ ତାପରେ ଯାଇ ପାଠ ପିଲାର ଅଟୋମେଟିକ ମନେ ରହିଯିବ ।

3- ପିଲା ମାନେ ଯାହା ସ୍କୁଲ କି କଲେଜରେ ପଢିଥିବେ । ସେହି ଦିନର ପାଠକୁ ସେହି ଦିନ ହିଁ ଘରେ ଆସି ଭଲ ଭାବେ ପଢି ଲେଖି ବୁଝିଯିବା ଉଚିତ । ଯେପରି ପାଠକୁ ନେଇ ରହିଥିବା ସବୁ ସମସ୍ଯାର ସମାଧାନ ହୋଇଯିବ । ସେହି ଟପିକ ବି ବହୁତ ଦିନ ପର୍ଯ୍ୟନ୍ତ ପିଲାର ମନେ ରହିବ ।

 

4- ପିଲା ଯାହା ବି ପାଠ ପଢୁଛନ୍ତି । ସେହି ସବୁ ପାଠକୁ ପ୍ରଥମେ 2 ରୁ 3 ଥର ଭଲ ପଢିବା ଉଚିତ । ତାପରେ ଯାହା ପଢିଲେ ସେହି ସବୁକୁ ନଦେଖିକି ଖାତାରେ ମନେ ମନେ ଲେଖିବା ଉଚିତ । ଯେତେବେଳେ ପିଲା କୌଣସି ଟପିକକୁ ପଢିବା ସହ ତାହାକୁ ନଦେଖିକି ମନକୁ ଲେଖି ଦେଇପାରୁଥିବ । ସେ ପିଲାର ସେହି ଟପିକଟି ଭଲ ଭାବେ ନିହାତି ଭାବେ ହୋଇଯାଇଥିବ ।

5 – ପ୍ରତିଦିନ ନିୟମିତ ରୂପେ ପାଠ ପଢିବାକୁ ପଡିବ । ପରୀକ୍ଷା ପୂର୍ବରୁ ସବୁ ଟପିକକୁ ପଢିବା, ଲେଖିବା ସହ 2 ରୁ 3 ଥର ସେହି ସବୁ ଟପିକକୁ ରିଭିଜନ ମଧ୍ୟ ପିଲାଙ୍କୁ କରିବାକୁ ପଡିବ । ଯାହା ଦ୍ଵାରା ବାରମ୍ବାର ସେହି ସବୁ ପାଠକୁ ବୁଝିକି ପାଢୀଥିଲେ । ପରୀକ୍ଷାରେ ପ୍ରଶ୍ନ ଦେଖୁ ଦେଖୁ ଉତ୍ତର ଲେଖିବା ପିଲାଙ୍କର ଆରମ୍ଭ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button