ଓଡିଶା

ଦରଦାମ ବୃଦ୍ଧିରେ ଓଡ଼ିଶା ଏକ ନମ୍ବର – bajravana

[ad_1]

ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର । ଏପ୍ରିଲ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିଛି । ଏଥିସହ ଲଗାତର ଷଷ୍ଠ ମାସ ପାଇଁ ଓଡ଼ିଶାର ରିଟେଲ ଇନଫ୍ଲେସନ ୭ ପ୍ରତିଶତ ଉପରେ ରହିଛି । ଅପରପକ୍ଷରେ ଦିଲ୍ଲୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ସର୍ବନିମ୍ନ ୨.୨ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ । କେବଳ ସେତିକି ନୁହେଁ, ଏପ୍ରିଲ ମାସରେ ଦେଶର ହାରାହାରି ମୁଦ୍ରାସ୍ଫୀତି ହାର ୧୧ ମାସର ସର୍ବନିମ୍ନ ସ୍ତର ୪.୮ ପ୍ରତିଶତକୁ ଖସିଥିବା ବେଳେ ଓଡ଼ିଶାରେ କିନ୍ତୁ ଖସିବାର ନାଁ ଧରୁନି ଦରଦାମ ବୃଦ୍ଧି ।

ଏହାପୂର୍ବରୁ ୨୦୨୩ ନଭେମ୍ବର ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭ ପ୍ରତିଶତ ଥିବା ବେଳେ ଡିସେମ୍ବରରେ ଏହା ସର୍ବାଧିକ ୮.୭ ପ୍ରତିଶତକୁ ବଢ଼ିଥିଲା । ବଜାର ବିଶେଷଜ୍ଞଙ୍କ ମତରେ, ପନିପରିବାର ଚଢ଼ା ଦର ତଥା ନିତିଦିନିଆ ସାମଗ୍ରୀ ଯୋଗାଣରେ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶାରେ ଉଚ୍ଚା ରହିଛି ମୁଦ୍ରାସ୍ଫୀତି । ତେବେ ଓଡ଼ିଶା ପଛକୁ ଆସାମ, ଛତିଶଗଡ଼, ତେଲେଙ୍ଗାନା ଓ ହରିୟାଣା ରହିଛି । ଏହି ୪ ରାଜ୍ୟର ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ରହିଛି ।

ଏପ୍ରିଲରେ ସର୍ବନିମ୍ନ ମୁଦ୍ରାସ୍ଫୀତି ହାର ଦିଲ୍ଲୀରେ ରହିଛି । ଦିଲ୍ଲୀରେ ମୁଦ୍ରାସ୍ଫୀତି ହାର ୨.୨ ପ୍ରତିଶତ ରହିଛି । ଦିଲ୍ଲୀରେ ଗତବର୍ଷ ନଭେମ୍ବରରେ ମୁଦ୍ରାସ୍ଫୀତ ୩.୧ ପ୍ରତିଶତ ରେକର୍ଡ କରାଯାଇଥିଲା । ଏହାପରଠୁ ଲଗାତର ଭାବେ ଏହି ହାର ହ୍ରାସ ପାଇଛି। ସେହିପରି ପଶ୍ଚିମବଙ୍ଗରେ ମୁଦ୍ରାସ୍ଫୀତି ହାର ୩.୫% ରହିଥିବାବେଳେ ଉତ୍ତରପ୍ରଦେଶରେ ୩.୬%, ମହାରାଷ୍ଟ୍ରରେ ୩.୭% ଏବଂ ଝାଡ଼ଖଣ୍ଡରେ ଏହି ହାର ପ୍ରାୟ ୪ ପ୍ରତିଶତ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button