ଓଡିଶା

ମାଓ ଶିବିର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ୨ ହାର୍ଡକୋର ନକ୍ସଲ – bajravana

[ad_1]

ମାଲକାନଗିରି: ହିଂସା ଛାଡ଼ି ଶୁକ୍ରବାର ଦିନ ୨ ଜଣ ହାର୍ଡକୋର୍‌ ନକ୍ସଲ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇଛନ୍ତି ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କାଡତି ହୁଡ଼ା ଓରଫ ସମୀର ଓ ଗଂଗା କରତାମି। ରାଜ୍ୟ ସରକାରଙ୍କ ଆତ୍ମସାମର୍ପଣ ଥଇଥାନ ନୀତି ଅନୁସାରେ ଉଭୟଙ୍କୁ ଥଇଥାନ୍‌ କରାଯିବ ବୋଲି ଜଣାପଡ଼ିଛି।

ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ ସମେତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ନକ୍ସଲ ଗତିବିଧି ଦେଖାଯାଇଥିବା ବେଳେ ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣସିଂ ମିନାଙ୍କ ଉପସ୍ଥିରେ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ କାଡତି ହୁଡ଼ା ଓରଫ ସମୀରଙ୍କ ସମେତ ଜଣ ହଡ଼କୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

ପୁଲିସ ନିକଟରେ ଆତ୍ମସମର୍ପଣ କଲା ପରେ ସମୀର କହିଛନ୍ତି ଯେ, ୨୦୦୧ ମସିହାରେ ସେ କିସତାରାମ ଏରିଆ କମିଟିରେ ଯୋଗଦେଇଥିଲେ। ନକ୍ସଲ ସଂଗଠନ ୨୦୦୨ ମସିହାରେ ତାଙ୍କୁ ପଦୋନ୍ନତି ଦେଇଥିଲା। ତା’ପରେ ବଡ଼ ବଡ଼ ଅପରେସନ୍‌ରେ ସାମିଲ ହୋଇଥିଲି। ସ୍ୱାସ୍ଥ୍ୟଗତ କାରଣରୁ ସେ ୨୦୧୪ ମସିହାରେ ସଙ୍ଗଠନଠାରୁ ଦୂରେଇ ଯାଇଥିଲି। ସୁସ୍ଥ ହେବା ପରେ ପୁଣି ଥରେ ଅର୍ଥାତ ୨୦୨୨ ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ୍ ହୋଇଥିଲି। ହେଲେ ତାଙ୍କୁ ସେଠାରେ ନିର୍ଯାତନା ଦିଆଯାଇଥିଲା। ନକ୍ସଲମାନେ ନିଜର ଆଦର୍ଶରୁ ଓହରି ଯାଇ ହତ୍ୟା, ରାହାଜାନି ଓ ବିକାଶର ବାଧା ସୃଷ୍ଟି କରୁଥିଲେ। ତେଣୁ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ହେବା ପାଇଁ ନିଷ୍ପତ୍ତି ନେଲି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button