ମାଲକାନଗିରି ଜିଲ୍ଲାରେ ବନାଗ୍ନି: ୭୧ଟି ସ୍ଥାନରେ ଜଂଗଲ ଜଳୁଛି, ବନ ବିଭାଗ ନାକେଦମ – bajravana
[ad_1]
ମାଲକାନଗିରି: ଜିଲ୍ଲାରେ ଏବେ ଜଳୁଛି ବନାଗ୍ନି। ବନ ବିଭାଗ ନିଆଁ ଲିଭାଇ ଲିଭାଇ ଥକିପଡିଲାଣି। ଗୋଟିଏ ଜାଗାରେ ନିଆଁ ଲିଭାଇ ଘରକୁ ଫେରୁଥିବା ବେଳେ ଅନ୍ୟତ୍ର ଲୋକେ ନିଆଁ ଲଗାଇ ଦେଉଛନ୍ତି। ସ୍ଥିତି ଏବେ ଜଟିଳ ହେବାକୁ ବସିଲାଣି। ଜିଲ୍ଲାର ବିଶେଷକରି ୫ଟି ବନାଞ୍ଚଳରେ ଜଂଗଲ ଜଳୁଛି। ବାଲିମେଳା ବନାଞ୍ଚଳରେ ଜଂଗଲରେ ୧୩ ସ୍ଥାନରେ ନିଆଁ ଜଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଚିତ୍ରକୋଣ୍ଡା ବନାଞ୍ଚଳରେ ୨୭ଟି ସ୍ଥାନରେ ନିଆଁ ଜଳୁଥିବା ବେଳେ କାଲିମେଳା ବନାଞ୍ଚଳରେ ୯ଟି ସ୍ଥାନରେ, ମାଲକାନଗିରି ବନାଞ୍ଚଳର ୫ଟି ସ୍ଥାନରେ ଏବଂ ମାଥିଲି ବାନଞ୍ଚଳର ୧୭ଟି ସ୍ଥାନରେ ଜଂଗଲ ଜଳୁଛି। ତେବେ ଗତକାଲି ନିଆଁ ଲିଭାଇବାରେ ପ୍ରକୃତି ସହଯୋଗ କରିଛି। ବର୍ଷା ହେବାରୁ ବହୁ ଜଂଗଲର ନିଆଁ ଲିଭିଥିବା କୁହାଯାଇଛି। ଦିନ ରାତି ଏକ କରି ବନ କର୍ମଚାରୀ ନିଆଁ ଲିଭାଇବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଲୋକେ ନିଆଁ ଲଗାଇବା ଛାଡୁନଥିବା ବନ ବିଭାଗ କହୁଛି।ବନ ସଂରକ୍ଷଣ ସମିତି ଏବଂ ବନ କର୍ମଚାରୀ ଜଂଗଲରେ ପହରା ଦେଉଥିଲେ ମଧ୍ୟ କିପରି ଲୋକେ ଏତେ ସୁରକ୍ଷା ମଧ୍ୟରେ ନିଆଁ ଲଗାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁଁ ଲୋକେ ଏଭଳି ବେଆଇନ କାମ କରୁଛନ୍ତି ବୋଲି କୁହାଯାଇଛି। ଜାନୁଆରି ମାସରୁ ହିଁ ବିଭିନ୍ନ ଗ୍ରାମରେ ବୈଠକ କରାଯାଇ ଯେପରି ଜଂଗଲରେ ନିଆଁ ନଲାଗିବ ସେଥିପ୍ରତି ଲୋକେ ସଜାଗ ରହିବାକୁ କୁହାଯାଉଛି। କିନ୍ତୁ ଲୋକେ ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପଡା କାଠ ସଦୃଶ୍ୟ ପାଲଟିଛନ୍ତି।
[ad_2]