ଓଡିଶା

ରାଜନୈତିକ ଅଭିସନ୍ଧି ରଖି ‘ସମ୍ବାଦ’ ଉପରେ ପ୍ରାୟୋଜିତ ରେଡ୍ କରାଯାଇଛି: ବିଜେପି – bajravana

[ad_1]

ଭୁବନେଶ୍ବର: ସମ୍ବାଦରେ ଇଓଡବ୍ଲୁ ରେଡ୍ ନେଇ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜନୈତିକ ଅଭିସନ୍ଧି ରଖି ସମ୍ବାଦ ଉପରେ ପ୍ରାୟୋଜିତ ରେଡ କରାଯାଇଛି। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, ଏହା ଗଣତନ୍ତ୍ରର କଣ୍ଠରୋଧ ପାଇଁ ବିଜେଡି ସରକାରର ଅପଚେଷ୍ଟା। ଯେବେ ଯାଏ ବିଜେଡିର ସ୍ବାର୍ଥ ସାଧନ କରୁଥିଲେ ସୌମ୍ୟ ବାବୁ ଭଲ ଥିଲେ। ହେଲେ ଯେଉଁଦିନ ପ୍ରଶ୍ନ ପଚାରିବା ଆରମ୍ଭ କଲେ, ତାପରେ ପ୍ରାୟୋଜିତ ରେଡ କରାଗଲା। ଏଭଳି ରେଡକୁ ମୁଁ ଦୃଢ ନିନ୍ଦା କରୁଛି।

ସେ ଆହୁରି କହିଛନ୍ତି, ଏଭଳି କଣ ଗଣତନ୍ତ୍ରର କଣ୍ଠରୋଧ କରାଯାଏ? ଗତ କିଛି ଦିନ ଧରି ରାଜ୍ୟରେ ଏକପାଖିଆ ଭାବେ ଏକ ଛତ୍ରବାଦ ଶାସନକୁ ଚଳେଇବା ପାଇଁ ସବୁ ଘଟଣା ଘଟୁଛି। ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯାହା କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ଏହା ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ସମୀଚୀନ ନୁହେଁ, କି ଗ୍ରହଣୀୟ ନୁହେଁ। ସାଢ଼େ ୪ କୋଟି ଓଡିଆଙ୍କକ ସ୍ୱାର୍ଥ ନେଇ ଯଦି କେହି ପ୍ରଶ୍ନ କରୁଛି, ତେବେ ତାକୁ ନାଲି ଆଖି ଦେଖାଇବା କେଉଁ ଭଳି ନ୍ୟାୟ ? ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ପାଇଁ ସମସ୍ତଙ୍କର ଅଧିକାର ଅଛି । ଏହାଦ୍ବାରା ଗଣତନ୍ତ୍ର ସମୃଦ୍ଧ ହୁଏ। ଯଦି ସରକାର ଏକଛତ୍ରବାଦ ଶାସନ ଚଳାଇବେ। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

ଏଣେ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଘଟଣାର କଡ଼ା ଭାଷାରେ ସମାଲୋଚନା କରିବା ସହ କହିଛନ୍ତି, ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି। ଯେଉଁ ସରକାର ଏବଂ ରାଜନୈତିକ ଦଳ ସମାଲୋଚନା ସହି ପାରେନି, ସେ ସରକାରରେ ଏକଛତ୍ରବାଦ ଶାସନ ଚାଲିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ଯେମିତି ଗଣମାଧ୍ୟମର ସ୍ଵାଧୀନତା ଛିନ୍ନ ହୋଇଥିଲା। ଏବେ ରାଜ୍ୟରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଖବରକାଗଜର ସମ୍ପାଦକ ଯେଉଁ ଦଳରେ ଥିଲେ ବି ସମ୍ପାଦକୀୟ ଲେଖି ପାରିବେ। ରାଜ୍ୟରେ ଜଣେ ସଚିବ ଯେଉଁ ଭଳି ମହାରାଜ ପରି ବୁଲିବୁଲି ପ୍ରତିଶ୍ରୁତି ଦେଉଛନ୍ତି,ଏକଥା ଗଣତନ୍ତ୍ରରେ କୌଣସି ବିଧି ବିଧାନ ନାହିଁ । ଏକଥାକୁ ନେଇ ଯଦି କିଏ ଆଲେଖ୍ୟ ଲେଖି ସମାଲୋଚନା କଲେ, ତାକୁ ଗ୍ରହଣ କରି ସୁଧାରିବା ବଦଳରେ ପ୍ରତିଶୋଧପରାୟଣ ହୋଇ ରେଡ କରିବେ ଜେରା କରିବେ। ରାଜ୍ୟ ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ କେହି ବି ଚୁପ୍ ରହିବେନି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button