ଦିଲ୍ଲୀରେ ବାଘ ଆତଙ୍କ, ଘରେ ପଶି କଲା କ୍ଷତାକ୍ତ – bajravana
[ad_1]
ଦିଲ୍ଲୀ,୧/୪ : ଉତ୍ତର ଦିଲ୍ଲୀ ୱାଜିରାବାଦର ଏକ ଗାଁରେ ଚିତାବାଘ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି। ବାଘଟି ଛାତରୁ ଛାତ ଡେଇଁ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛି। ଏଥିରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ଛାତକୁ ଛାତ ଡେଉଁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ସୂଚନାଅନୁସାରେ, ଆଜି ସକାଳେ ଜଗତପୁର ଅଞ୍ଚଳରେ ଚିତାବାଘ ବୁଲୁଥିବାର ଖବର ପାଇ ବନ କର୍ମଚାରୀ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଧିକାରୀମାନେ ଚିତାବାଘକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ବାଘକୁ ବନ୍ଦୀ କରି ରଖାଯାଇଛି। ତେବେ ବାଘଟି ଜନବସତିକୁ କିପରି ଆସିଲା ଖୋଳତାଡ଼ କରାଯାଉଥିବା ବନ ଅଧିକାରୀ କହିଛନ୍ତି ।
दिल्ली के रिहाइशी इलाके में तेंदुआ
बुराड़ी इलाके के जगतपुर गांव में घुसा तेंदुआ। कई लोगों पर हमला कर किया घायल #leopard pic.twitter.com/EuWIipbVyh— Shehla J (@Shehl) April 1, 2024
[ad_2]