ଓଡିଶା

ଚୋରି କାର୍‌ରେ ନକଲି ନମ୍ବର ଲଗାଇ ବୁଲିଲେ; ମାସେ ପରେ ଚୋରି କାର୍‌ ଉଦ୍ଧାର – bajravana

[ad_1]

ରାଉରକେଲା: ଏକ କାର୍‌କୁ ଚୋରି କରି ସେଥିରେ ନକଲି ନମ୍ବର ଲଗାଇ ବୁଲୁଥିଲା ଦୁର୍ବୃତ୍ତ। ଏନେଇ କାର୍‌ ମାଲିକ ସୂଚନା ଦେବାରୁ ପୁଲିସ କାର୍‌କୁ ଜବତ କରିଛି। ତେବେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ସୂଚନା ଅନୁସାରେ, ସେକ୍ଟର-୧, ଏଚ୍‌ ବ୍ଲକରେ ରୁହନ୍ତି ବିଳାସ ରାଉତ। ଗତ ୧୯ ତାରିଖର ଘଟଣା। ପ୍ରତିଦିନ ଭଳି ସେଦିନ ମଧ୍ୟ ଶ୍ରୀ ରାଉତ ନିଜ ଘର ସମ୍ମୁଖରେ ମାରୁଜି ଡିଜାୟାର୍‌ କାର୍‌(ଓଡି-୧୪-ଏଏ-୭୪୧୪)କୁ ରଖିଥବୋବେଳେ ତାହା ଚୋରି ହୋଇଯାଇଥିଲା। ଏନେଇ ସେକ୍ଟର-୩ ଥାନାରେ ଏତଲା ହେବାପରେ ପୁଲିସ୍‌ ଛାନ୍‌ଭିନ ଆରମ୍ଭ କରିଥିଲା; କିନ୍ତୁ ଚୋରି କାର୍‌ ସମ୍ବନ୍ଧରେ କୌଣସି ସୁରାକ୍‌ ପାଇନଥିଲା। ଅପରପକ୍ଷରେ ଚୋର ଜଣକ ଉକ୍ତ କାର୍‌ର ନମ୍ବରକୁ ପରିବର୍ତ୍ତନ କରି ଏକ ନକଲି ନମ୍ବର(ଓଡି୧୪-ଜେଡ୍‌-୬୬୨୦) ଲଗାଇ ବୁଲୁଥିଲା। ଗତକାଲି ଚୋର ଜଣକ ଉକ୍ତ କାର୍‌ରେ ବନ୍ଧମୁଣ୍ଡା ଅଞ୍ଚଳରେ ବୁଲୁଥିବାବେଳେ ଉକ୍ତ ନକଲି ନମ୍ବରର ଅସଲ ମାଲିକଙ୍କ ନଜରରେ ପଡ଼ିଯାଇଥିଲା। ମାଲିକ ଜଣକ ନମ୍ବର ବିଷୟରେ ଚୋରକୁ ପଚରାଉଚରା କରିବାରୁ ସେ ଠେଲାପେଲା କରି ଫେରାର୍‌ ହୋଇଯାଇଥିଲା। ତେବେ ଧରାପଡ଼ିଯିବା ଆଶଙ୍କାରେ ଆଜି ବାଲିଯୋଡ଼ିଠାରେ କାର୍‌ ଛାଡ଼ି ଚୋର ଉଭାନ ହୋଇଯାଇଛି। ସୂଚନା ପାଇବା ପରେ ସେକ୍ଟର-୩ ପୁଲିସ ଗାଡ଼ିକୁ ଜବତ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button