ଓଡିଶା

ଭଦ୍ରକ ରେଳଷ୍ଟେସନରେ ଛିଡ଼ିଲା ୩୦ ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌ – bajravana

[ad_1]

ଭଦ୍ରକ: ଭଦ୍ରକ ରେଳଷ୍ଟେସନରେ ଚଲନ୍ତା ମାଲବାହୀ ଟ୍ରେନ୍‌ ୩୦ଟି ବଗିକୁ ଛାଡ଼ି ପଳାଇଛି। ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଇଂଜିନ ଠାରୁ ବଗିଗୁଡ଼ିକ ଅଲଗା ରହିବା ପରେ ପୁଣି ଥରେ ଯୋଡ଼ାଯାଇଛି। ରେଳ କର୍ମଚାରୀଙ୍କ ଖାମଖିଆଲି ଓ ଅବହେଳା କାମ ଯୋଗୁ ଏହିପରି ହୋଇଥିବା ନେଇ ଆଲୋଚନା ହେଉଛି । ଘଟଣାଟି ଘଟିଛି ଆଜି ଅପରାହ୍ନ ସମୟରେ। ଭଦ୍ରକ ଷ୍ଟେସନର ୧୧୮ ନଂ ଏଲସି ଗେଟ୍ ଡଗରା ସାହି ନିକଟରେ ଏପରି ଘଟଣା ଘଟିଥିଲା। ଯଦି ଏହି ସମୟରେ ଏହି ଲାଇନରେ ଅନ୍ୟ ଏକ ଟ୍ରେନ୍ ଆସିଥାନ୍ତା ପରିସ୍ଥିତି ଅନାୟତ ହୋଇଥାନ୍ତା।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାରେ କୋଇଲା ବୋଝେଇ ୮ଟି ବଗିକୁ ଛାଡ଼ି ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଆଗକୁ ପଳାଇଥିଲା। ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍‌ରେ ଗତ ବୁଧବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଟିଟିଲାଗଡ଼-ସମ୍ବଲପୁର ରେଳଲାଇନ୍‌ର ଗୁଂଜିତରା ନିକଟରେ ସାଢ଼େ ୪ଟାରେ ଏଭଳି ପରିସ୍ଥିତି ଦେଖାଯାଇଥିଲା। ଭୁବନେଶ୍ବରରୁ ଏକ ମାଲବାହୀ ଟ୍ରେନ୍‌ (କୋଇଲା ବୋଝେଇ) ଟିଟିଲାଗଡ଼ ଅଭିମୁଖେ ବାହାରି ଥିଲା। ପ୍ରାୟ ସାଢ଼େ ୪ଟାରେ କୋଇଲା ବୋଝେଇ ମାଲ ବାହୀ ଟ୍ରେନର ୮ ଟି ବଗି ଷ୍ଟେସନ ପୂର୍ବରୁ ଗୁଞ୍ଚିତରା ଫାଟକ ନିକଟରେ ଛିଣ୍ଡି ଅଲଗା ହୋଇଯାଇଥିଲା। ବଗି ଅଲଗା ହୋଇ ବିପରୀତ ଦିଗରେ ପଛକୁ ଫେରିଥିବା ବେଳେ ଇଞ୍ଜିନ ସହ ସଂଯୁକ୍ତ ଅନ୍ୟ ବଗି ଷ୍ଟେସନ ଅଭିମୁଖେ ଆଗକୁ ପକେଇଥିଲା। ତେବେ ଫାଟକରେ ଥିବା କର୍ମଚାରୀ ଷ୍ଟେସନ ମାଷ୍ଟରଙ୍କୁ ଫୋନ ଯୋଗେ ଜଣାଇବା ପରେ ବିଭାଗୀୟ ତତ୍ପରତା ଦେଖାଦେଇ ଥିଲା। ତେବେ ଏଥିଯୋଗୁଁ ଏହି ଫାଟକଟି ୨ ଘଣ୍ଟାରୁ ଊର୍ଦ୍ଧ ସମୟଧରି ବନ୍ଦ ରହିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button