ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ହେଲେ ପ୍ୟାଟ୍ କମିନ୍ସ – bajravana
[ad_1]
ନୂଆଦିଲ୍ଲୀ: ବଡ଼ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ। ଆଇପିଏଲ-୨୦୨୪ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବାଛିଲା ସନରାଇଜର୍ସ ହାଇଦ୍ରାବାଦ। ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟର ପ୍ୟାଟ୍ କମିନ୍ସ ଆଇପିଏଲ୍-୨୦୨୪ ପାଇଁ ଦଳର ଅଧିନାୟକ ହେବେ ବୋଲି ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ । ନିଲାମୀରେ ୨୦.୫୦କୋଟି ଟଙ୍କାରେ କିଣାଯାଇଥିବା କମିନ୍ସ ଦକ୍ଷିଣ ଆଫ୍ରିକାର ଆନ୍ତର୍ଜାତୀୟ ଖେଳାଳି ଏଡେନ ମାର୍କ୍ରରାମଙ୍କ ସ୍ଥାନ ନେବେ। ସନରାଇଜର୍ସ ହାଇଦ୍ରାବାଦ ଏକ୍ସ ମାଧ୍ୟମରେ ଏହି ବଡ଼ ଘୋଷଣା କରିଛି। ପ୍ୟାଟ୍ କମିନ୍ସଙ୍କ ବେସ୍ ପ୍ରାଇସ୍ ୨କୋଟି ଥିବା ବେଳେ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦କୋଟି ୫୦ଲକ୍ଷରେ କିଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମାର୍ଚ୍ଚ ୨୩ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ ସନରାଇଜର୍ସ ହାଇଦ୍ରାବାଦ।
Sambad is now on WhatsApp
Join and get latest news updates delivered to you via WhatsApp
କମିନ୍ସଙ୍କ କ୍ରିକେଟ କ୍ୟାରିୟର ଦେଖିବାକୁ ଗଲେ ୩୦ବର୍ଷୀୟ ଦ୍ରୁତ ବୋଲର ୧୫ଟି ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିବା ବେଳେ ୧୨ଟି ଜିତିଥିଲେ। ଏହା ସହ ସେ ୨୭ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିବା ବେଳେ ୧୬ଟି ଜିତିଥିଲେ, ପାଞ୍ଚଟି ମ୍ୟାଚ୍ ଡ୍ର ହୋଇଥିଲା ଏବଂ ୬ଟି ମ୍ୟାଚ୍ ହାରିଥିଲେ। ଅଧିନାୟକ ଭାବରେ ଦ୍ରୁତ ବୋଲରଙ୍କ ପ୍ରମୁଖ ସଫଳତା ୫୦ଓଭର ବିଶ୍ୱକପ୍ ଜିତିବା ।
[ad_2]