ବିଶ୍ବକପ୍ : ନେଦରଲାଣ୍ଡସ ଆଗରେ ୩୨୩ ରନର ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ – bajravana
[ad_1]
ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ନେଦରଲାଣ୍ଡସ ଆଗରେ ୩୨୩ ରନର ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ ।
ଏହି ମ୍ୟାଚରେ ନେଦରଲାଣ୍ଡସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ଦେଓ୍ବନ କନଓ୍ବେ ଓ ଓ୍ବିଲ୍ ୟଙ୍ଗ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୭ ରନ କରି ଏକ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ । ୟଙ୍ଗ୍ ୭୦ ରନ ଓ କନଓ୍ବେ ୩୨ ରନ କରିଥିଲେ । ସେହିପରି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରାଚିନ ରବୀନ୍ଦ୍ର ଓ ଡାରିଲ୍ ମିଚେଲ ଓ ଟମ ଲାଥମ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ରାଚିନ ଓ ଲାଥମ୍ ଅର୍ଦ୍ଧଶତକ ହାସଲ କରିଥିବାବେଳେ ମିଚେଲ ୪୮ ରନ କରିଥିଲେ । ଶେଷ ଓଭର ବେଳକୁ ମିଚେଲ ସାଣ୍ଟନର ମାତ୍ର ୧୭ ବଲରେ ୩୬ରନ କରି ଦଳୀୟ ସ୍କୋରକୁ ୩୨୨ ପର୍ଯ୍ୟନ୍ତ ନେଇଯାଇଥିଲେ ।
ନେଦରଲାଣ୍ଡସ ପକ୍ଷରୁ ଆର୍ୟନ ଦତ୍ତ, ପଲ୍ ଭାନ ମିକିରେନ ଓ ରୋଏଲର ଭାନ ଡର ମେରଓ୍ବେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ନ୍ୟୁଜିଲାଣ୍ଡ ନିଜର ପ୍ରଥମ ମ୍ୟାଚରେ ବର୍ତ୍ତମାନର ବିଶ୍ବ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କରିଥିଲା । ଆଜିର ମ୍ୟାଚରେ ବିଜୟ ହାସଲ କଲେ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିପାରିବ ।
[ad_2]