ସ୍ୱାସ୍ଥ୍ୟ

କେତେ ଉପକାରୀ ଲେମନ୍‌ ଗ୍ରାସ୍‌ : ଅନେକ ରୋଗରୁ ମିଳିଥାଏ ମୁକ୍ତି… – bajravana

[ad_1]

ଲେମନ୍‌ ଗ୍ରାସ୍‌ । ସାଧାରଣତଃ ଲେମ୍ବୁ ଘାସ ଭାବେ ଏହା ପରିଚିତ । ଏଥିରେ ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଭିଟାମିନ୍, ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ।ଏହା ଚାପରୁ ମୁକ୍ତି ଦେବା ସହ ଭଲ ନିଦ କରିବାରେ ଲେମନ୍‌ ଗ୍ରାସ୍‌ ଖୁବ୍‌ ପ୍ରଭାବଶାଳୀ ।

ଶୋଇବା ପୂର୍ବରୁ ଏହାର ଚା ପିଇପାରିବେ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଲେମନ୍‌ ଗ୍ରାସ୍‌ ଚା ଏକ ଭଲ ବିକଳ୍ପ । ଏହା ମେଟାବୋଲିଜିମରେ ଉନ୍ନତି ଆଣିଥାଏ । ଲେମନ୍‌ ଗ୍ରାସ୍‌ ମିଳୁଥିବା ଗୁଣ ଖରାପ କୋଲେଷ୍ଟ୍ରଲ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଏହାକୁ ସକାଳେ କିମ୍ବା ରାତିରେ ପିଇପାରିବେ । ଯଦି ପେଟ ଫୁଲିବା ପରି ସମସ୍ଯା ହୋଇଥାଏ, ତେବେ ଏହି ଲେମନ୍‌ ଗ୍ରାସ୍‌ର ଚା ପିଇବା ଦ୍ବାରା ଏଥିରୁ ଆରାମ ମିଳିଥାଏ । ସକାଳେ ଖାଲି ପେଟରେ ଲେମନ୍‌ ଗ୍ରାସ୍‌ର ଚା ପିଇବା ମଧ୍ୟ ଲାଭଦାୟକ ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଏହା ସାହାଯ୍ୟକାରୀ । ଲେମନ୍‌ ଗ୍ରାସ୍‌ ହାଇ ବ୍ଲଡ୍‌ ସୁଗରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button