ମନୋରଞ୍ଜନ

‘ହେମାଙ୍କ ସହିତ ମୋ ଦିନ ଝଗଡ଼ାରୁ ଆରମ୍ଭ ହୋଇଥାିଏ’: ଧର୍ମେନ୍ଦ୍ର – bajravana

[ad_1]

ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ପ୍ରେମ ସମ୍ପର୍କ କୌଣସି ସିନେମା କାହାଣୀ ଠାରୁ କମ ନୁହେଁ।  ଧର୍ମେନ୍ଦ୍ର ଦ୍ବିତୀୟ ପତ୍ନୀ ହେମାଙ୍କୁ ଖୁବ ସ୍ନେହ କରନ୍ତି। ଛୋଟଛୋଟ କଥାକୁ ଧ୍ୟାନ ଦିଅନ୍ତି।

ଧର୍ମେନ୍ଦ୍ର ତାଙ୍କର ଏକ ପୁରୁଣା ସାକ୍ଷାତକାରରେ କହିଥିଲେ, ‘ମୋ ସ୍ତ୍ରୀ ହେମା। ହେମାଙ୍କ ସହିତ ଝଗଡ଼ାରୁ ମୋର ଦିନ ଆରମ୍ଭ ହୋଇଥା୍ଏ। ସ୍ତ୍ରୀଙ୍କ ସହିତ ପ୍ରାୟତଃ ଗୋଟିଏ କଥାକୁ ନେଇ ଝଗଡ଼ା ଲାଗିଥାଏ। କାରଣ ମୁଁ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହିତ ଫଟୋ ଉଠାଇଲେ ତାଙ୍କୁ ତାହା ପସନ୍ଦ ନଥାଏ। ଯଦି କେବେ ତାଙ୍କ ଦୃଷ୍ଟିରେ ସେମିତି କିଛି ଫଟୋ ପଡ଼ିଯାଏ,ତାହାକୁ ନେଇ ଘରେ ସେ ବୋବାଲ କରନ୍ତି। ପରେ ନିଜେ ହିଁ ଶାନ୍ତ ହୋଇ ଯାଆନ୍ତି। ଯେତେ ବି ହେମା ମୋ ସହିତ ଝଗଡ଼ା କଲେ ବି ମୁଁ ତାଙ୍କର ପ୍ରିୟର ମଣିଷ ବୋଲି ସେ କହନ୍ତି। ସେ ସମ୍ପର୍କକୁ କେବେ ଭାଙ୍ଗିବେ ନାହିଁ ବୋଲି ସର୍ବଦା କହିଥାଆନ୍ତି।’

ଧର୍ମେନ୍ଦ୍ର ଓ ହେମାଙ୍କ ବିବାହ ୧୯୮୦ ମସିହାରେ ହୋଇଥିଲା। ସେବେଠାରୁ ଏଯାବତ ଦୁହିଁଙ୍କ ସମ୍ପର୍କ ଅତୁଟ ରହିଛି। ଧର୍ମେନ୍ଦ୍ର ଓ ହେମାଙ୍କ ଦୁଇଝିଅ ରହିଛନ୍ତି। ଦୁଇଝିଅ ଇଶା ଓ ଅହାନା ବାପା ଓ ମା’ଙ୍କ ସହିତ ଖୁବ ଜଡ଼ିତ।

ହେମା ଓ ଧର୍ମେନ୍ଦ୍ର ପ୍ରଥମ ଥର ୧୯୭୦ରେ ଫିଲ୍ମ ‘ତୁମ୍ ହସିନା ମୈଁ ଜବାନ’ର ସେଟରେ ଭେଟ ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ହେଲେ ଏହି ସମୟରେ ଧର୍ମେନ୍ଦ୍ର ବିବାହିତ ଥିଲେ ଏବଂ ତାଙ୍କ ୪ ପିଲା ଥିଲେ । ହେମାଙ୍କ ପିତାମାତା ଏହି ସମୟରେ ବିବାହର ବିରୋଧରେ ଥିଲେ। କିନ୍ତୁ ପରେ ହେମା ଓ ଧର୍ମେନ୍ଦ୍ର ବିବାହ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button