ଓଡିଶା

ମା’ର ପେନସେନ୍ ପାଇଁ ଭାଇଙ୍କୁ ହତ୍ୟା କରିଥିଲେ, ମିଳିଲା ଆଜୀବନ କାରାଦଣ୍ଡ – bajravana

[ad_1]

ଜୟପୁର: ୨୦୧୭ମସିହାରେ ଟାଉନ ଥାନା ଅର୍ନ୍ତଗତ ହାନାଗୁଡାରେ ନିଜ ଭାଇକୁ ଅତ୍ୟନ୍ତ ବର୍ବୋରଚିତ ଭାବେ କରାଯାଇଥିବା ହତ୍ୟା ମାମଲାର ବିଚାର କରି ମାନ୍ୟବର ଜିଲ୍ଲାଦୌରାଜଜ୍ ତଥା ସେସନସ୍ ଜଜ୍ ସତ୍ୟନାରାୟଣ ମିଶ୍ର ଦୋଷୀ ରଇଲା ଖରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୧୭ମସିହା ଅଗଷ୍ଠ ୧୩ ତାରିଖ ଦିନ ଜୟପୁର ସହରର ହାନାଗୁଡା ଅଂଚଳରେ ଏକ ଚାଂଚଲ୍ୟକର ଏବଂ ବହୁ ଚର୍ଚ୍ଚିତ ହତ୍ୟା ମାମଲା ସଂଘଟିତ ହୋଇଥିଲା। ଏହି ମାମଲାରେ ମା’ର ପେନସେନ୍ ପାଇଁ ନିଜ ରକ୍ତସଂପର୍କର ଭାଇକୁ ହତ୍ୟା କରିଥିଲେ ଭଉଣୀ ରଇଲା ଖରା। ରଇଲା ଖରା ଓ ମୃତ ରତ୍ନ ଜାନୀ ଦୁଇ ଭାଇ ଭଉଣୀ। ବାପା ବିଦ୍ୟୁତ ବିଭାଗରେ ହେଲପର ଭାବେ କାର୍ଯ୍ୟକରି ମୃତ୍ୟୁ ବରଣ କରିବା ପରେ ମା’ଙ୍କୁ ମିଳୁଥିଲା ପେନସନ୍ ଟଙ୍କା। ଏହାରି ମଧ୍ୟରେ ରଇଲାଙ୍କର ବାହା ହେବା ସହ ବାହାରେ ରହୁଥିଲେ। ମା’ଙ୍କ ସହ ଭାଇ ରତ୍ନ ରହୁଥିଲେ। ନିଜ ଘରକୁ ଅଭିଯୁକ୍ତା ରଇଲା ଆସି ରହିବା ସହ ମା’ଙ୍କ ପେନସେନ୍ ଟଙ୍କାକୁ ନେଇ ଭାଇ ସହ ଝଗଡ଼ା କରିଥିଲେ।

୨୦୧୭ମସିହା ଅଗଷ୍ଠ ୧୩ ତାରିଖ ଦିନ ମୃତ ରତ୍ନ ସହ ଭଉଣୀର ପ୍ରବଳ ପାଟିତୁଣ୍ଡ ଏବଂ ଝଗଡ଼ା ହୋଇଥିଲା। ଦ୍ବିପହରରେ ରତ୍ନ ଘରେ ଶୋଇଥିବା ବେଳେ ଝଗଡ଼ା ପରେ ଉତ୍ୟକ୍ତ ହୋଇଥିବା ରଇଲା ଗୋଟିଏ ଟାଙ୍ଗିଆ ଆଣି ଏଥିରେ ବାରମ୍ବାର ଚୋଟ ପରେ ଚୋଟ ପକାଇଥିଲେ। ରଇଲାଙ୍କ ଝିଅ ଏହା ଦେଖି ପାଟି କରିବା ପରେ ସାହି ବାସିନ୍ଦା ଜମା ହୋଇଥିଲେ। ଘଟଣାର ତଦନ୍ତ ଟାଉନପୁଲିସ କରି ଦଫା୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତାକୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ। ଏହି ମାମଲାର ସାକ୍ଷ୍ୟ ପ୍ରମାଣ ଚାଳିବା ସମୟରେ ୧୫ଜଣଙ୍କ ବୟାନକୁ ନିଆଯାଇଥିଲା। ଆଜି ଏହି ମାମଲାର ଶୁଣାଣୀ କରି ଅଭିଯୁକ୍ତା ରଇଲାକୁ ଦଫା ୩୦୨ରେ ଆଜୀବନକାରାଦଣ୍ଡଦେଶ ସହ ୧୦ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆଉ ବର୍ଷକ ଜେଲ ଦଣ୍ଡଭୋଗିବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଶୈଳେଜା ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button