ମନୋରଞ୍ଜନ

ମଡେଲ ଜୀବନ ହାରିବା ପରେ କ୍ରିକେଟରଙ୍କୁ ସମନ ପଠାଇଲା ପୁଲିସ – bajravana

[ad_1]

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ସନରାଇଜର୍ସ ହାଇଦ୍ରାବାଦର କ୍ରିକେଟର ଅଭିଷେକ ଶର୍ମା ଏକ ବିବାଦରେ ଫସି ଯାଇଛନ୍ତି। ସୁରଟର ଜଣେ ଲୋକପ୍ରିୟ ମଡେଲ ତାନିଆ ସିଂହ ଜୀବନ ହାରିବା ପରେ ସ୍ଥାନୀୟ ପୁଲିସ କ୍ରିକେଟରଙ୍କୁ ସମନ ପଠାଇଛି।

ସୂଚନାଯୋଗ୍ୟ, ମଡେଲ ତାନିଆ ସିଂହ ଜୀବନ ହାରିବା ପୂର୍ବରୁ ଶେଷଥର ପାଇଁ କ୍ରିକେଟର ଅଭିଷେକ ଶର୍ମାଙ୍କ ସହିତ କଥା ହୋଇଥିବା ଜଣାପଡ଼ିଥିଲା। ପୁଲିସ ମଡେଲଙ୍କ ମୃତ୍ୟୁ ଘଟଣାର ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି।

୨୮ବର୍ଷୀୟ ତାନିଆ ଫ୍ୟାସନ ଡିଜାଇନିଂ ଓ ମଡେଲିଂ ଦୁନିଆରେ କାମ କରୁଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୧୦,୦୦୦ରୁ ଅଧିକ ଫଲୋୟର୍ସ ରହିଛନ୍ତି। ତାନିଆ ଜୀବନ ହାରିଦେବା ଘଟଣା ସାମ୍ନାକୁ ଆସିବା ପରେ ସୁରଟରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।।

ଏହି ଯାଞ୍ଚରୁ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଅଭିଷେକ ଶର୍ମାଙ୍କ ନାମ ସାମ୍ନାକୁ ଆସିଛି। ଅର୍ଥାତ ଅଭିଷେକ ମଡେଲଙ୍କ ସହିତ ସମ୍ପର୍କରେ ରହିଥିଲେ। କିନ୍ତୁ କିଛିଦିନ ହେବ ଉଭୟ ମଧ୍ୟରେ କୌଣସି କଥାବାର୍ତ୍ତା ନଥିଲା। ଜୀବନ ହାରିବା ପୂର୍ବରୁ ଶେଷଥର ପାଇଁ ତାନିଆ ଅଭି‌ଷେକଙ୍କୁ କଲ କରିଥିବା ଜଣାପଡ଼ିଛି। ଏହାକୁ ନେଇ ପୁଲିସ ପ୍ରେମ ପସଙ୍ଗ ଥିବା ସନ୍ଦେହ କରୁଛି। ଏଥିସହିତ ତାନିଆଙ୍କ କଲ ଡିଟେଲ ବି ପୁଲିସ ବାହାର କରିଛି। ଏଥିରେ ଅନେକ ତଥ୍ୟ ଲୁଚି ରହିଥିବା ପୁଲିସ ଅନୁମାନ କରୁଛି।

ସୂଚନାଯୋଗ୍ୟ, ମଡେଲ ତାନିଆ ସିଂହ ଫେବ୍ରୁଆରି ୨୦ ତାରିଖରେ ବିଳମ୍ବିତ ରାତିରେ ଘରୁ ଫେରିଥିଲେ। ଏହାପରେ ସେ ଜୀବନ ହାରି ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button