ଦେଶ ବିଦେଶ

ଜୁନ ଯାଏଁ ବଢିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ – bajravana

[ad_1]

ନୂଆଦିଲ୍ଲୀ, ୧୮/୨ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ । ହେଲେ ଏହି ପ୍ରସ୍ତାବକୁ ଆଜି ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ନିଷ୍ପତ୍ତି ପରେ ସ୍ପଷ୍ଟ ହୋଇଛି କି, ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜେପି ନଡ୍ଡାଙ୍କ ନେତୃତ୍ୱରେ ଲଢିବାକୁ ଯାଉଛି । ଦିଲ୍ଲୀରେ ଆରମ୍ଭ ହୋଇଥିବା ବିଜେପିର ୨ ଦିବସୀୟ ରାଷ୍ଟ୍ରୀୟ ପରିଷଦ ବୈଠକରେ ନିଆଯାଇଛି । ଏହି ବୈଠକକୁ ଜେପି ନଡ୍ଡା ଉଦଘାଟନ କରିଥିଲେ । ହେଲେ ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହି ନେତା ଓ କର୍ମକର୍ତ୍ତାଙ୍କୁ ୨୦୨୪ ନିର୍ବାଚନରେ ବିଜୟ ପାଇଁ ମନ୍ତ୍ରୀ ଦେଇଛନ୍ତି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button