ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ ରହସ୍ୟ ଘେରରେ – bajravana
[ad_1]
ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ଭାରତୀୟ ଦମ୍ପତି ଓ ତାଙ୍କ ଯାଆଁଳା ସନ୍ତାନଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୃତକମାନେ ହେଲେ ୪୨ବର୍ଷୀୟ ଆନନ୍ଦ ସୁଜିତ ହେନରି, ତାଙ୍କ ସ୍ତ୍ରୀ ଏଲିସ ପ୍ରିୟଙ୍କା ଓ ତାଙ୍କ ୪ବର୍ଷର ଯାଆଁଳା ସନ୍ତାନ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, ଭାରତୀୟ-ଆମେରିକୀୟ ଦମ୍ପତି ଆନନ୍ଦ ଏବଂ ଏଲିସଙ୍କୁ ସମ୍ପର୍କୀୟମାନେ ଫୋନ କରିଥିଲେ। ଅନେକ ଦିନ ହେବ ସେମାନଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଆନନ୍ଦଙ୍କ ଘରେ ପହଞ୍ଚିଥିଲା ଆଉ କବାଟ ଭାଙ୍ଗି ଭିତରକୁ ପଶିଥିଲା।
ଏହି ସମୟରେ ଗାଧୁଆଘରେ ଆନନ୍ଦ ଓ ଏଲିସଙ୍କ ମୃତଦେହ ପଡ଼ିଥିବା ବେଳେ ସେମାନଙ୍କ ଶରୀରରେ ବନ୍ଧୁକ ଗୁଳି ଚିହ୍ନ ବି ରହିଥିବା ଦେଖିବାକୁ ମିଳିଥିଲା। ମୃତଶରୀର ପାଖରେ ପଡ଼ିଥିବା ୯ଏମଏମର ଏକ ବନ୍ଧୁକକୁ ପୁଲିସ ଜବତ କରିଥିଲା। ସେହିପରି ଏକ ରୁମରୁ ଯାଆଁଳା ଶିଶୁଙ୍କ ମୃତଦେହ ପୁଲିସ ଜବତ କରିଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଶିଶୁଦୁଇଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିଲା। ମିଳିଥିବା କିଛି ତଥ୍ୟ ଆଧାରରେ ଯାଞ୍ଚ ଚାଲିଛି। ପ୍ରାରମ୍ଭିକ ଯାଞ୍ଚରୁ ଆତ୍ମହତ୍ୟା ଘଟଣା ବୋଲି କୁହାଯାଇପାରେ।
ସୂଚନାଯୋଗ୍ୟ, ଉକ୍ତ ପରିବାର ଗତ ୯ ବର୍ଷ ଧରି ଆମେରିକାର କାଲିଫର୍ଣ୍ଣିଆରେ ବସବାସ କରୁଥିଲେ। ଆନନ୍ଦ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିବା ବେଳେ ଏଲିସ ଜଣେ ବରିଷ୍ଠ ବିଶ୍ଳେଷକ ଥିଲେ। କୋର୍ଟଙ୍କ ରେକର୍ଡ ଅନୁଯାୟୀ, ଆନନ୍ଦ ୨୦୧୬ ଡିସେମ୍ବର ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ କିନ୍ତୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ନଥିଲା।
[ad_2]