ଓଡିଶା

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଜେଏମ୍‌ଏମ୍‌; ସ୍ମୃତିସ୍ତମ୍ବ ନିର୍ମାଣ ପାଇଁ କଲା ଦାବି – bajravana

[ad_1]

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପଡ଼ିଆ ଠାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ପକ୍ଷରୁ ଅଁଳାଯୋଡି ଗ୍ରାମପଞ୍ଚାୟତର ଗୁଣ୍ଡୁରିଆଠାରେ ସହିଦ ଦିବସ ପାଳିତ ହୋଇଯାଇଛି। ସହିଦ ଆଦିବାସୀମାନଙ୍କ ସ୍ମୃତିଚାରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସହିଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶା ସମେତ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜେଏମଏମ ରାଜ୍ୟ ସଭାପତି ଅଂଜନି ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି ଶ୍ୟାମ କିଷ୍କୁ, ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ୍, ପ୍ରବକ୍ତା ଶିବାଜୀ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଲୁ କିସକୁ, କେନ୍ଦ୍ରୀୟ କମିଟିର ପବନ କୁମାର ପ୍ରମୁଖ ଯୋଗ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସହିଦମାନଙ୍କ ସ୍ମୃତିଚାରଣ କରିଥିଲେ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣକୁ ବିରୋଧ କରି ନିଜ ହକ୍ ଓ ଅଧିକାର ପାଇଁ ଆଦିବାସୀ ମହାସଭା ତରଫରୁ ୧୯୪୮ ମସିହା ଫେବ୍ରୁଆରି ୬ ତାରିଖରେ ଗୁଣ୍ଡୁରିଆଠାରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟର ଲୋକେ ଓଡ଼ିଶାରେ ମୟୂରଭଞ୍ଜର ମିଶ୍ରଣକୁ ବିରୋଧ କରି ସ୍ବତନ୍ତ୍ର ” ମୟୂରଭଞ୍ଜ ରାଜ୍ୟ” ଘୋଷଣା କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼. ହରେକୃଷ୍ଣ ମହତାବ ସରକାରଙ୍କ ନିକଟରେ ଦାବି କରିଥିଲେ। ଓଡିଶା ସହିତ ନ ମିଶିବା ନେଇ ଆଦିବାସୀ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂ ଓ ସମ୍ପାଦକ ସୁନାରାମ ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୂୟାଁ, ଲୋଧା, ଖଡିଆ ସମେତ ଅନ୍ୟାନ୍ୟ ଜନଜାତି ବର୍ଗର ଲୋକେ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ଏ ନେଇ ଗୁଣ୍ଡରିଆଠାରେ ଏକ ସମାବେଶ ବସିଥିଲା। ସେଥିରେ  ଅସଂଖ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ। ସେହି ସମୟରେ ପୁଲିସ ପକ୍ଷରୁ ଆଦିବାସୀମାନଙ୍କୁ ଗୁଳି ଚାଳନା କରଯାଇଥିଲା, ଯେଉଁଥିରେ ଆଦିବାସୀ ମାନେ ସହିଦ ହୋଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button