ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ମୁକ୍ତିକାନ୍ତଙ୍କ ଧାରଣା – bajravana

[ad_1]

ସନ୍ଧ୍ୟାରେ ବଳପୂର୍ବକ ଉଠାଇନେଲା ପୁଲିସ

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖ‌ରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଆଜି ସନ୍ଧ୍ୟାରେ ପୁଲିସ ବଳପୂର୍ବକ ଉଠାଇନେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବାକୁ ଅପେକ୍ଷା କରିଥିବା ମୁକ୍ତିକାନ୍ତଙ୍କୁ ପୁଲିସ ଉଠାଇନେଇ ତାଙ୍କ ଧାରଣାକୁ ବନ୍ଦ କରିଦେଇଛି।

ମୁକ୍ତିକାନ୍ତଙ୍କ ଅଭିଯୋଗ ଅନୁସାରେ ରାଉରକେଲାର ସ୍ବାସ୍ଥ୍ୟସେବା ନିହାତି ଖରାପ ଥିବାରୁ ଡାଇରିଆରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ରାଉରକେଲା ହସ୍ପିଟାଲ୍‌ର ନବୀକରଣ ତଥା ଉନ୍ନତୀକରଣ ହୋଇପାରିଲା ନାହିଁ। ତେଣୁ ସ୍ମାର୍ଟ ସିଟି ସତ୍ତ୍ବେ ରାଉରକେଲାବାସୀଙ୍କ ପାଇଁ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସ୍ବପ୍ନ ହୋଇରହିଛି। ସେହିଭଳି ବିଜୁ ସେତୁ ଯୋଜନାରେ ଦେଉ ନଦୀରେ ନିର୍ମାଣାଧୀନ ଥିବା ବ୍ରିଜ୍‌ ଅଧାରେ ଅଟକିଥିବାରୁ ୨୦ ହଜାର ଲୋକ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦୨୦ ସୁଦ୍ଧା ଏହି ସେତୁ ନିର୍ମାଣ ସରିବ ବୋଲି କୁହାଯାଇଥିଲେ ବି ଅଧାରେ ରହିଛି। ସୁନ୍ଦରଗଡ଼ରେ ଶୀଳଳ ଭଣ୍ଡାର ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହେଉଥିଲେ ମଧ୍ୟ ସରକାର ଶୁଣୁନାହାନ୍ତି।

ଏହି ସବୁ ଦାବି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ମୁକ୍ତିକାନ୍ତ ଆଜି ସକାଳୁ ଧାରଣାରେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସେ ଶାନ୍ତିପୂର୍ଣ୍ଣ ଧାରଣାରୁ ହଟିବେ ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଅନୁରୂପ ଦାବି ନେଇ ମୁକ୍ତିକାନ୍ତ ଶିଶୁଭବନ ଛକରେ ବିଜ୍ଞାପନ ହୋର୍ଡିଂରେ ଚଢ଼ି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ଏବଂ ସେତେବେଳେ ଏହା ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button