‘ହେମନ୍ତ ସୋରେନ୍ଙ୍କୁ ମିଛ ମାମଲାରେ ଗିରଫ କରାଯାଇଛି’ – bajravana
[ad_1]
ବିଜେଡି ଛାଡ଼ି ଜେଏମ୍ଏମ୍ରେ ଯୋଗଦେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ
ରାଇରଙ୍ଗପୁର: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି। ରାଇରଙ୍ଗପୁରସ୍ଥିତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ଓଡ଼ିଶା ରାଜ୍ୟର ମୂଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ଏହା କହିଛନ୍ତି। ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଶ୍ରୀମତୀ ସୋରେନ୍ କହିଛନ୍ତି, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ କୌଣସି ପ୍ରମାଣ ନଥାଇ ମିଛ କେସରେ ଇଡି ଦ୍ୱାରା ଗିରଫ କରାଯାଇଛି। ଉକ୍ତ ଘଟଣାକୁ ଜେଏମଏମ୍ ସମ୍ପୂର୍ଣ ନିନ୍ଦା କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମତୀ ସୋରେନ୍ କହିଥିଲେ ଯେ, ବିଜେପି ସରକାର ଜେଏମଏମ୍ ଦଳକୁ ତଳକୁ ଖସାଇବାକୁ ଚେଷ୍ଟା କରୁଛି। କିନ୍ତୁ ଉକ୍ତ ଘଟଣାରେ ଜେଏମଏମ ଦଳ ଆହୁରି ଅଧିକ ମଜବୁତ୍ ହେଉଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ୍ ନାଗ୍, ପ୍ରବକ୍ତା ଶିବାଜୀ ମଲ୍ଲିକ, ଜେଏମ୍ଏମ୍ ମୂଖପାତ୍ର ସନ୍ତୋଷ କୁମାର ମୁର୍ମୁ, ରାଜ୍ୟ ସାଂଗଠନିକ ସମ୍ପାଦକ ସାଲୁ କିସ୍କୁ,ପଶ୍ଚିମ ମୟୂରଭଂଜ ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ସଭାପତି ସୁନୀଲ ମାଝୀ, ଜାମଦା ବ୍ଲକ୍ ସଭାପତି ପୂର୍ଣଚନ୍ଦ୍ର ଟୁଡୁ, ସମ୍ପାଦକ ଚନ୍ଦ୍ରମୋହନ ପିଙ୍ଗୁଆ, ସନାତନ ମୁଣ୍ଡା, ଧୀରେନ ମାରାଣ୍ଡି, ରଣଜିତ୍ ସିଂହ, କାଳିଚରଣ ଟୁଡୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।
ଏହି ଅବସରରେ ଜେଏମ୍ଏମ୍ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମିଶ୍ରଣ ପର୍ବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଆଇନଜୀବୀ ନାରାୟଣ ମୁର୍ମୁ ଜାମଦା ବ୍ଲକ ତାରଣା ପଞ୍ଚାୟତ ସମିତି ସଭ୍ୟ ଦିକୁଲ୍ ବାଗେ ବିଜେଡିରୁ ଇସ୍ତଫା ଦେଇ ଜେଏମଏମରେ ଯୋଗ ଦେଇଥିଲେ। ସେମାନେ ଦଳରେ ରହି ନିଷ୍ଠାପର ସହିତ କାର୍ଯ୍ୟ କରିବେ ବୋଲି କହିଥିଲେ। ରାଜ୍ୟ ସଭାପତି ଶ୍ରୀମତୀ ସୋରେନ୍ ଉଭୟଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ।
[ad_2]