ମୋବାଇଲରୁ ଆରମ୍ଭ ହୋଇଥିଲା ପ୍ରେମ; ପରିବାରର ବାରଣ ସତ୍ୱେ ଭିନ୍ନକ୍ଷମ ଝିଅଙ୍କୁ ପୁରୀରେ ବିବାହ କଲେ ଯୁବକ – bajravana
[ad_1]
ବେତନଟୀ ସଦର: ସମାଜରେ ଦିବ୍ୟାଙ୍ଗମାନେ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହେଲେ ଅଢ଼େଇ ଅକ୍ଷର ବିଶିଷ୍ଟ ପ୍ରେମ ବୁଝେ ନାହିଁ ଧନୀ କି ଗରିବ। ପ୍ରେମ ମାନେନାହିିଁ କୌଣସି ବି ବନ୍ଧନ। ପ୍ରେମ ହେଉଛି ଶ୍ବାଶତ ଏବଂ ନିସ୍ୱାର୍ଥପରର ଏକ ପବିତ୍ର ଅନୁଭବର ବନ୍ଧନ। ଆଉ ଏହାକୁ ଯଥାର୍ଥ କରି ଦେଖାଇଛନ୍ତି ଜଣେ ମୟୂରଭଂଜର ଯୁବକ, ଯିଏକି ନିଜର ଭିନ୍ନକ୍ଷମ ପ୍ରେମିକାକୁ ବିବାହ କରି ଅନ୍ୟ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ। ବାଲେଶ୍ବର ଜିଲ୍ଲାର ଯୁବକ ମୟୂରଭଂଜ ଜିଲ୍ଲାର ଯୁବତୀଙ୍କୁ ପ୍ରେମ ବିବାହ କରି ସମସ୍ତ ପ୍ରେମୀ ଯୁଗଳଙ୍କ ପାଇଁ ମିଶାଲ ପାଲଟିଯାଇଛନ୍ତି। ପ୍ରେମ ପାଇଁ ଘର ଲୋକଙ୍କ ବିରୋଧରେ ଯାଇ ନିଜର ଭିନ୍ନକ୍ଷମ ପ୍ରେମିକାର ହାତ ଧରିଥିଲେ ଆଉ ଜଗନ୍ନାଥଙ୍କୁ ସାକ୍ଷୀ ରଖି ସାତ ଜନମ ପାଇଁ ସାଥି ହୋଇ ରହିବାକୁ ଶପଥ ନେଇଛନ୍ତି ବାଲେଶ୍ୱର ଜିଲ୍ଲା ବରହମପୁର ଅଞ୍ଚଳର ଯୁବକ ଦେବେନ୍ଦ୍ର ସେଠୀ।
Sambad is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ବର ଜିଲ୍ଲା ବରହମପୁର ଉପକଣ୍ଠ ତେନ୍ତୁଳିଆ ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ଏକମାତ୍ର ୨୫ ବର୍ଷିୟ ପୁଅ ଦେବେନ୍ଦ୍ର, ବୈଶିଙ୍ଗା ଥାନା ଅଧୀନ ଚୁଆପଦା ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ୨୪ ବର୍ଷିୟା ଯୁବତୀ ରଶ୍ମିତାଙ୍କୁ ପ୍ରେମ ବିବାହ କରିଛନ୍ତି। ଦେବେନ୍ଦ୍ର ଜଣେ ସୁସ୍ଥ ଯୁବକ ହୋଇଥିବା ବେଳେ ରଶ୍ମିତା ଦିବ୍ୟାଙ୍ଗ ଯୁବତୀ। ରଶ୍ମିତା ତାଙ୍କ ବାପାଙ୍କ ୨ପୁଅ ଓ ୨ଝିଅଙ୍କ ମଧ୍ୟରେ ସବୁଠୁ ସାନ। ସେ ଜନ୍ମରୁ ପୋଲିଓରେ ଆକ୍ରାନ୍ତ ହୋଇ ନିଜ ଗୋଡ଼ରେ ଚାଲିବାକୁ ଅକ୍ଷମ, ଯୋଉଁଥିପାଇଁ ସେ ଅଧିକ ପାଠ ମଧ୍ୟ ପଢି ପାରିନଥିଲେ ଓ ସବୁ କାମ ପାଇଁ ବାପା-ମା’ଙ୍କ ଉପରେ ନିର୍ଭରଶୀଳ ଥିଲେ।
ବଡ଼ କଥା ହେଲା, ଦେବେନ୍ଦ୍ର ଓ ରଶ୍ମିତାଙ୍କର ଏଇ ସଫଳ ପ୍ରେମ କାହାଣୀ, ଯାହାକି ଏକ ମାତ୍ର ମୋବାଇଲ ଫୋନ୍ କଲରୁ ଆରମ୍ଭ ହୋଇଥିଲା। ଦେବେନ୍ଦ୍ର ଦଶମ ପାସ୍ କରି ବାଲେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ କାମ କରନ୍ତି। ତାଙ୍କ କହିବା କଥା ୪ମାସ ପୂର୍ବରୁ ଥରେ ଭୁଲବଶତଃ ତାଙ୍କ ମୋବାଇଲକୁ ରଶ୍ମିତାଙ୍କ ଫୋନକଲ ଆସିଥିଲା ଓ ସେଇଠୁଁ ରଶ୍ମିତା ପ୍ରତି ତାଙ୍କର ଦୁର୍ବଳତା ଆସି ଯାଇଥିଲା। ଆଉ ପ୍ରତ୍ୟକ ଦିନ ଫୋନରେ ଘଣ୍ଟା ଘଣ୍ଟା କଥା ଆରମ୍ଭ ହୋଇଯାଇଥିଲା। ଆଉ ଏହାରି ଭିତରେ ହିଁ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢିଉଠିଥିଲା। ପରେ ଦେବେନ୍ଦ୍ର ଉଭୟଙ୍କ ପ୍ରେମ ସଂପର୍କ ବିଷୟରେ ନିଜ ପରିବାର ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ ଦେବେନ୍ଦ୍ରଙ୍କ ଘରଲୋକ ଏଥିରେ ରାଜି ହୋଇନଥିଲେ ଏବଂ ରଶ୍ମିତାଙ୍କୁ ଛାଡିଦେବାକୁ ଚାପ ପକାଇଥିଲେ। କିନ୍ତୁ ଦେବେନ୍ଦ୍ରଙ୍କ ପ୍ରେମ ଥିଲା ନିସ୍ୱାର୍ଥପର। ସେ କୌଣସି ବି ପରିସ୍ଥିତିରେ ରଶ୍ମିତାଙ୍କର ହାତ ଛାଡିବାକୁ ଚାହୁଁନଥିଲେ।
ଶେଷରେ ସେ ପରିବାର ଲୋକଙ୍କ ବିରୋଧରେ ଯାଇ ଗତ ରବିବାର ରାତିରେ କାହାରିକୁ କିଛି ନଜଣାଇ ରଶ୍ମିତାଙ୍କୁ ତାଙ୍କ ଘରୁ ଉଠାଇ ନେଇ ସେଇ ରାତିରେ ହିଁ ପୁରୀ ପଳେଇଯାଇଥିଲେ। ଆଉ ସେଠାରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଅନ୍ୟପଟେ ରଶ୍ମିତାର ଘର ଲୋକ ଏ ସମ୍ବନ୍ଧରେ ନଜାଣି ପାରି ନିଜର ଭିନ୍ନକ୍ଷମ ଝିଅର ନିଖୋଜ ନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ହେଲେ ଆଜି ପୂର୍ବାହ୍ନରେ ଉଭୟ ଦେବେନ୍ଦ୍ର ଓ ରଶ୍ମିତା ଆସି ବୈଶିଙ୍ଗା ଥାନାରେ ସ୍ୱାମୀ ସ୍ତ୍ରୀ ହୋଇ ଆତ୍ମସମର୍ପଣ କରିଥିଲେ। ଝିଅର ପରିବାର ଲୋକ ଜାଣିବା ପରେ ଥାନାରେ ପହଞ୍ଚି ଥିଲେ ଓ ଉକ୍ତ ବିବାହକୁ ଖୁସି ଖୁସିରେ ସ୍ୱୀକୃତି ମଧ୍ୟ ଦେଇଥିଲେ।
ତେବେ ଆସନ୍ତାକାଲି (ବୁଧବାର) ଦେବେନ୍ଦ୍ର ଓ ରଶ୍ମିତାଙ୍କର ବିବାହ ସ୍ଥାନୀୟ ନୋଟାରି ସମେତ ସ୍ଥାନୀୟ ଏକ ମନ୍ଦିରରେ ବୈଦିକ ରୀତିରେ ହେବାନେଇ ସ୍ଥିରୀକୃତ ହୋଇଛି। ଦେବେନ୍ଦ୍ରଙ୍କୁ ଯେତେବେଳେ ଏବିଷୟରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି, ସେ ରଶ୍ମିତାଙ୍କୁ ହୃଦୟତାର ସହ ଭଲ ପାଉଛନ୍ତି। ତାଙ୍କ ଶରୀରକୁ ନୁହେଁ। ସତରେ ଦେବେନ୍ଦ୍ରଙ୍କର ଏହି ଦୁଇ ପଦ କଥା ହୃଦୟକୁ ଜିଣି ନେଇଥିଲା।
[ad_2]