ସରକାର ପ୍ରଶଂସା ଶୁଣିବାକୁ ରାଜ୍ୟପାଳଙ୍କୁ ବ୍ୟବହାର କରିଛନ୍ତି: ନରସିଂହ – bajravana
[ad_1]
ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କଥା କୁହାଇଲେ: ମୋହନ
ଭୁବନେଶ୍ବର: ଆଜି ରାଜ୍ୟପାଳ ରଘୁବର ଦାସ ଗୃହରେ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିଥିଲେ। ଦୀର୍ଘ ୧ଘଣ୍ଟା ୫୭ମିନିଟ କାଳ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳ ଯୋଜନା, ପ୍ରକଳ୍ପ, କାର୍ଯ୍ୟକ୍ରମ ବିଷୟରେ କହିଥିଲେ। କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କ ଅଭିଭାଷଣକୁ ପ୍ରାୟ ୧ଘଣ୍ଟା ୨୬ମିନିଟ କାଳ ଶୁଣିବା ପରେ କକ୍ଷତ୍ୟାଗ କରିଥିଲେ। ହେଲେ ବିଜେପି, ସିପିଆଇ (ଏମ୍) ବିଧାୟକ ଓ ଶାସକ ଦଳର ବିଧାୟକମାନେ ଗୃହରେ ବସି ରାଜ୍ୟପାଳଙ୍କ ଅଭିଭାଷଣ ଶୁଣିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କଥା କୁହାଇଲେ: ମୋହନ
ରାଜ୍ୟରେ ଯାହା ବିକାଶ ହୋଇଛି ତାହା ରାଜ୍ୟପାଳଙ୍କ ଭାଷଣରେ ପ୍ରତିଫଳିତ ହୋଇଛି: ବିଜେଡି
ରାଜ୍ୟପାଳ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା କହୁଥିବାବେଳେ ମଧ୍ୟାହ୍ନ ୧୨ଟା ୨୬ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଆସନରେ ଛିଡ଼ା ହୋଇ କହିଥିଲେ ଯେ ବିଜେଡି ସରକାର ରାଜ୍ୟ ସରକାରଙ୍କୁ ବ୍ୟବହାର କରି ସଫଳତା ବଖାଣୁଛି। ତେଣୁ ଆମେ କକ୍ଷତ୍ୟାଗ କରୁଛୁ।
ଏହାପରେ ଗୃହ ବାହାରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟପାଳଙ୍କୁ ମୁଁ ଅନୁରୋଧ କରି କହିଲି ଯେ ପୂର୍ବକାଳରେ ରାଜା ମହାରାଜମାନେ ନିଜ ପ୍ରଶଂସା ଶୁଣିବା ପାଇଁ ଭାଟ ନିଯୁକ୍ତ କରିଥାନ୍ତି। ଠିକ୍ ସେହିପରି ଓଡ଼ିଶା ସରକାର ଆପଣଙ୍କୁ ନିଯୁକ୍ତ କରିଛନ୍ତି। ଯାହାକୁ ଆମେ ପ୍ରତିବାଦ କରୁଛୁ ଓ କକ୍ଷ ତ୍ୟାଗ କଲୁ। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଭାଷଣରେ ଠିକ୍ ତଥ୍ୟ ନାହିଁ। ଲୋୟର ସୁକତେଲ୍ ପ୍ରକଳ୍ପ ଉଦ୍ଘାଟିତ ହୋଇଛି ଓ ଜଳସେଚନ ହେଉଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଲେ, ଏହା ମିଥ୍ୟା। ସେହିପରି ରାଜ୍ୟପାଳଙ୍କ ଅଭିଭାଷଣରେ ଆଗକୁ ସରକାର କ’ଣ କରିବାକୁ ଚାହୁଁଛନ୍ତି ସେନେଇ ଗୋଟିଏ ବି ଶବ୍ଦ ନାହିଁ। ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ସେ ବାବଦରେ ବି ପଦୁଟିଏ ନାହିଁ। ନାରୀ ନିର୍ଯାତନା, ବେକାରୀ, ଆଞ୍ଚଳିକ ବୈଷମ୍ୟ କିପରି ଦୂର ହେବ, ପଦ୍ମପୁର ଜିଲ୍ଲା ଘୋଷଣା, ଝାରସୁଗୁଡ଼ା ନିର୍ବାଚନବେଳେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଅଗରିଆ ସମାଜକୁ ଭୁବନେଶ୍ୱରରେ ୩ ଏକର ଜମି ଦେବା ଭଳି ବିଷୟରେ ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ନାହିଁ। ତେଣୁ ଆମେ ପ୍ରତିବାଦ ସ୍ୱରୂପ କକ୍ଷ ତ୍ୟାଗ କଲୁ।
ସେହିପରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ରାଜ୍ୟପାଳଙ୍କ ମୁହଁରେ ସରକାର ଅସତ୍ୟ କଥା କୁହାଇଛନ୍ତି। ଗରିବୀ ଏବଂ ବେକାରୀ କମାଇବା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଜଳସେଚନ ନେଇ ସରକାର ମିଥ୍ୟା ତଥ୍ୟ ଦେଇଛନ୍ତି। ଅପରପକ୍ଷେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ଆଜି କକ୍ଷତ୍ୟାଗ କରିବା କଂଗ୍ରେସର ଏଜେଣ୍ଡା ହୋଇଥାଇପାରେ। ରାଜ୍ୟରେ ଯାହା ବିକାଶ ହୋଇଛି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇଛି।
[ad_2]