ରାଚିନ ରବୀନ୍ଦ୍ରଙ୍କ ରେକର୍ଡ – bajravana
[ad_1]
ମାଉଣ୍ଟ୍ ମୌଙ୍ଗନୁଇ: ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ୍ କ୍ରିକେଟର୍ ରାଚିନ ରବୀନ୍ଦ୍ର ନିଜ ସଂକ୍ଷିପ୍ତ ଟେଷ୍ଟ୍ କ୍ରିକେଟ୍ ଜୀବନରେ ସୋମବାର ଶ୍ରେଷ୍ଠ ପାଳି ଖେଳିଛନ୍ତି। ବେ ଓଭାଲରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍ରେ ରବୀନ୍ଦ୍ର ୨୪୦ ରନ୍ କରି ଆଉଟ୍ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳିରେ ୫୧୧ ରନ୍ କରିଛି। ଏହି ପାଳି ସହିତ ରବୀନ୍ଦ୍ର ପ୍ରଥମ ଟେଷ୍ଟ୍ ଶତକକୁ ସର୍ବୋଚ୍ଚ ବ୍ୟକ୍ତିଗତ ପାଳିରେ ପରିଣତ କରିବାରେ ଶୀର୍ଷକୁ ଉଠିଛନ୍ତି। ୨୫ ବର୍ଷ ତଳେ ମାଥ୍ୟୁ ସିନକ୍ଲେୟାର ପଦାର୍ପଣରେ ୨୧୪ ରନ୍ର ପାଳି ଖେଳିଥିଲେ। ରବୀନ୍ଦ୍ର ମଧ୍ୟ ସିନକ୍ଲେୟାରଙ୍କ ନାମରେ ଥିବା ସର୍ବକନିଷ୍ଠ ଟେଷ୍ଟ୍ ଦ୍ବିଶତକ ତାଲିକାରେ ଦ୍ବିତୀୟରେ ପହଞ୍ଚିଛନ୍ତି। ସିନକ୍ଲେୟାର ୨୪ ବର୍ଷ ୪୭ ଦିନରେ ଦ୍ବିଶତକ ହାସଲ କରିଥିଲେ। ରବୀନ୍ଦ୍ର ୨୪ ବର୍ଷ ୭୯ ଦିନରେ ଏହି ଗୌରବ ଅର୍ଜନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ରାଚିନ ୩୬୬ ବଲ୍ ଖେଳି ୨୬ ଚୌକା ଓ ୩ ଛକା ବଳରେ ୨୪୦ ରନ୍ କରିଥିଲେ। ୬୫ରୁ ଊର୍ଧ୍ବ ହାରରେ ଷ୍ଟ୍ରାଇକ୍ ରେଟ୍ ରଖିଛନ୍ତି। ଏହି ପାଳି ପୂର୍ବରୁ ରାଚିନ ୬ ଟେଷ୍ଟ୍ ପାଳିରୁ ମାତ୍ର ୧୮ ହାରରେ ୭୩ ରନ୍ କରିଥିଲେ। ଏବେ ୪ ଟେଷ୍ଟ୍ ଓ ୭ ପାଳି ଶେଷରେ ତାଙ୍କ ହାରାହାରି ୫୨.୧୬ରେ ପହଞ୍ଚିଥିବା ବେଳେ ମୋଟ ୩୧୩ ରନ୍ ସଂଗ୍ରହ କରିଛନ୍ତି। ଶ୍ରେଷ୍ଠ ଟେଷ୍ଟ୍ ପାଳି ୧୮*ରୁ ୨୪୦ରେ ପହଞ୍ଚି ସମସ୍ତଙ୍କୁ ଚମତ୍କୃତ କରି ଦେଇଛନ୍ତି। ଗତବର୍ଷ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପ୍ରେ ରାଚିନ ୧୦ ପାଳିରୁ ୧୦୬.୪୪ ହାରରେ ୫୭୮ ରନ୍ ସଂଗ୍ରହ କରି ଚତୁର୍ଥ ଅଗ୍ରଣୀ ସ୍କୋରର୍ ହୋଇଥିଲେ। ଏହା ମଧ୍ୟରେ ୩ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ଥିଲା। ସେ ମଧ୍ୟ ନିକଟରେ ଆଇସିସିର ଇମର୍ଜିଂ କ୍ରିକେଟର୍ ଅଫ୍ ଦ ଇୟର୍ ବିବେଚିତ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୧୪୪ ଓଭରରେ ୫୧୧/୧୦ (ରାଚିନ ରବୀନ୍ଦ୍ର-୨୪୦, କେନ୍ ୱିଲିୟମସନ୍-୧୧୮, ଗ୍ଲେନ୍ ଫିଲିପ୍ସ-୩୯, ନିଲ ବ୍ରାଣ୍ଡ୍-୬/୧୧୯, ରୁଆନ୍ ଡି ସ୍ବାର୍ଟ-୨/୬୧)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୮ ଓଭରରେ ୮୦/୪ (ଜୁବୈର ହାମ୍ଜା-୨୨, ଡେଭିଡ୍ ବେଡିଙ୍ଗହାମ-୨୯*, କିଗାନ ପିଟରସନ୍-୨*, କାଏଲ୍ ଜାମିସନ୍-୨/୨୧, ମିଚେଲ୍ ସଣ୍ଟନର୍-୧/୧୩, ମ୍ୟାଟ୍ ହେନରି-୧/୧୫)।
[ad_2]