ଚାଷୀଙ୍କ ଶକ୍ତି ବଢ଼ିଲେ ଓଡ଼ିଶା ବଢ଼ିବ: ମୁଖ୍ୟମନ୍ତ୍ରୀ – bajravana
[ad_1]
ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍ଯାପିତ, ଶ୍ରେଷ୍ଠ ପାଣି ପଞ୍ଚାୟତ, ଶ୍ରେଷ୍ଠ କୃଷକ, ଛାତ୍ରଛାତ୍ରୀଙ୍କୁ ପୁରସ୍କାର
ଭୁବନେଶ୍ବର: ଆମର ଚାଷୀଭାଇମାନେ ହେଉଛନ୍ତି ଆମର ଶକ୍ତି। ସେମାନଙ୍କ ଶକ୍ତି ବଢ଼ିଲେ ଓଡ଼ିଶାର ଶକ୍ତି ବଢ଼ିବ। ଚାଷୀଙ୍କ ଉନ୍ନତି ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀଙ୍କ ଜମିକୁ ପର୍ଯ୍ୟାପ୍ତ ପାଣି ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଲୋକସେବା ଭବନ କନ୍ଭେନସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ- ୨୦୨୪ର ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର କୃଷକ ଭାଇଭଉଣୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଜଳ ହେଉଛି ଅମୂଲ୍ୟ। ଜଳର ସଂରକ୍ଷଣ ଓ ପୁର୍ନବ୍ୟବହାର ପାଇଁ ଚେଷ୍ଟା କରନ୍ତୁ। ଫସଲର ବିବିଧକରଣ କରନ୍ତୁ। ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରନ୍ତୁ। ଏହାଦ୍ୱାରା ଅଧିକ ଅମଳ କରି ଆପଣମାନେ କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଅଗ୍ରଣୀ କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍ଯାପିତ
ଶ୍ରେଷ୍ଠ ପାଣି ପଞ୍ଚାୟତ, ଶ୍ରେଷ୍ଠ କୃଷକ, ଛାତ୍ରଛାତ୍ରୀଙ୍କୁ ପୁରସ୍କାର
ଜଳ ଅମୂଲ୍ୟ, ଜଳର ଉଚିତ ବ୍ୟବହାର କରିବାକୁ ଉପଦେଶ
ଆଜି ଓଡିଶାରେ ପ୍ରାୟ ୪୦ ହଜାର ପାଣି ପଞ୍ଚାୟତ ଗଠନ ହେଲାଣି। ଏବେ ଏହା ଆଉ ଏକ କାର୍ଯ୍ୟକ୍ରମ ନୁହେଁ, ଆନ୍ଦୋଳନରେ ପରିଣତ ହୋଇପାରିଛି। ଏଥିରେ ମେଗା ଲିଫ୍ଟକୁ ସାମିଲ କରାଯାଇଛି ଓ ମା’ମାନେ ଯେପରି ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗଦେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପାଣି ପଞ୍ଚାୟତରେ ମା’ମାନେ ବହୁତ ଭଲ କାମ କରୁଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଜଳସମ୍ପଦ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ଉପକ୍ରମରେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ଗୁଡ଼ିକରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି ଏବଂ ଠିକ୍ ସମୟରେ କାମ ଶେଷ କରାଯାଉଛି। କମାଣ୍ଡ ଏରିଆର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପାଣି ପଞ୍ଚାୟତର ପ୍ରୋଟୋଟାଇପ୍ର ଶୁଭାରମ୍ଭ କରିବା ସହ ସେଚ ସହଭାଗିତା ୨.୦ ଶୀର୍ଷକ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ଜଗତସିଂହପୁରର ମା’ ବାଟମଙ୍ଗଳା ପାଣି ପଞ୍ଚାୟତ, ଶ୍ରେଷ୍ଠ ଚାଷୀ ଭାବେ ମାଲକାନଗିରିର ପୂର୍ଣ୍ଣିମା ହାଲଦାର, ଶ୍ରେଷ୍ଠ ଛାତ୍ରୀ ଭାବେ କେନ୍ଦ୍ରାପଡ଼ାର ମନସ୍ୱୀ ଦାସ, ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୋଟେରୁ ଜଳସେଚନ ପ୍ରକଳ୍ପ ଓ ଶ୍ରେଷ୍ଠ ଅଧିକାରୀ ଭାବେ ଚିକିଟି ମାଇନର ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନିତା ଜେନା ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟର ୫୦ଟି ଶ୍ରେଷ୍ଠ ପାଣି ପଞ୍ଚାୟତକୁ ୫୦ ହଜାର ଟଙ୍କା ଲେଖାଏ, ୩୦ଟି ଜିଲ୍ଲାର ୩୦ ଜଣ ଶ୍ରେଷ୍ଠ କୃଷକଙ୍କୁ ୧୦ ହଜାର ଟଙ୍କା ଲେଖାଏ ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୦ ହଜାର, ୭ ହଜାର ୫୦୦ ଏବଂ ୫ ହଜାର ଟଙ୍କା ଲେଖାଏ ଅର୍ଥରାଶି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଦେଇଥିଲେ।
[ad_2]