ଓଡିଶା

ଜୟପୁରରେ ୪ କୋଟିରେ ନିର୍ମାଣ ହେବ ଆନିମାଲ ବାର୍ଥ କଣ୍ଟ୍ରୋଲ କେନ୍ଦ୍ର ଓ ଗୋଶାଳା – bajravana

[ad_1]

ଜୟପୁର: ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର ବହୁ ଶୀଘ୍ର ଜୟପୁର ପୌରପାଳିକାରେ ଖୋଲିବ। ଖାଲି ଏଥିକି ନୁହେଁ ଏହା ସହ ଗୋଶାଳା ବି ଖୋଲାଯିବ।ଉଭୟ କେନ୍ଦ୍ର ପୌରପାଳିକାର ନିଜସ୍ବ ଜମି  କୁନ୍ତରଖାଲରେ କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସୂଚନା ଅନୁଯାୟୀ, ସହରରେ ବୁଲା କୁକୁର ପଲପଲ ହୋଇ ବୁଲିବା ସହ ବହୁ ସମୟରେ ଲୋକଙ୍କୁ କାମୁଡୁଛନ୍ତି। ତା ସହ ଦେଶୀ କୁକୁର ଗୁଡିକ ନିଜର ବଂଶ ବିସ୍ତାର ବ୍ୟାପକ ଭାବେ କରୁଥିବାରୁ ଏହାକୁ ରୋକିବା ପାଇଁ ଏହି କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଥିଲା। ‌ପ୍ରଥମେ କୁକୁରଙ୍କୁ ଧରି ଆଣି ଦୁଇ ଦିନ କାଳ ଯାଂଚରେ ରହିବା ପରେ ଅସ୍ତ୍ରପ୍ରଚାର ପାଇଁ ଯୋଗ୍ୟ ହେବା ପରେ ୨୦ଟି କୁକୁରର ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର ଅସ୍ତ୍ରପ୍ରଚାର କରାଯିବାର ଯୋଜନା ରହିଥିଲା। ଏହି ପ୍ରକଳ୍ପ ପାଇଁ ଚିହ୍ନଟ ନୂଆସାହି ତ୍ରିନାଥ କଲ୍ୟାଣ ମଣ୍ଡପରେ କରାଯିବାକୁ ଥିଲେ ହେଁ ଶେଷ ମୂହର୍ତ୍ତରେ ବାତିଲ ହୋଇଥିଲା। ତେବେ ରାଜ୍ୟ ସରକାର ଏହି କେନ୍ଦ୍ର ନିର୍ମାଣ କରିବା ପାଇଁ ଏକ କୋଟି ୫୨ଲକ୍ଷ ୫ହଜାର ଟଙ୍କାର ଅନୁଦାନ ମିଳିଛି। ସେଭଳି ସହରରେ ବିଭିନ୍ନ ଛକରେ ବୁଲୁଥିବା ଗାଇପଲକୁ ଉଠାଇ ନେଇ ରଖିବାକୁ ଗୋଶାଳା ନିର୍ମାଣ କରାଯିବାକୁ ବି ରାଜ୍ୟସରକାର ଅନୁମୋଦିତ କରିଥିଲେ। ଏଥି ପାଇଁ ରାଜ୍ୟ ସରକାର ୨କୋଟି ୪୮ଲକ୍ଷ ୧୫ହଜାର ଟଙ୍କାର ଅନୁଦାନ ଦେଇଛନ୍ତି।

ପୂର୍ବରୁ ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର ‌ସହରର ଅତି ନିକଟରେ ହାନାଗୁଡା ଅଂଚଳରେ ନିର୍ମାଣ କରାଯିବା ଯୋଜନା ରହିଥିଲା। ତେବେ ପୌରପାଳିକାର ଜମି ଜବରଦଖଲ ରହିଛି। ଏବଂ ଜବରଦଖଲ ଉଛେଦ ହୋଇ ନପାରି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ତେଣୁ ପୌରପାଳିକା ପକ୍ଷରୁ ଆସିଥିବା ଅନୁଦାନକୁ ପୌରପାଳିକାର ନିଜସ୍ବ ଜମି କୁନ୍ତରଖାଲ ଠାରେ ଏହି ଏବିସି ଖୋଲିବାକୁ ଯୋଜନା କରାଯାଇଛି। ୯୦ସେଣ୍ଟରେ ଏହି କେନ୍ଦ୍ର କରାଯିବ। ବଳକା ୨ଏକରରେ ଅତ୍ୟାଧୁନିକ ଗୋଶାଳା ନିର୍ମାଣ କରାଯିବ । ଉଭୟ ପାଇଁ ୪କୋଟି ଟଙ୍କାର ଖର୍ଚ୍ଚ ହେବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ଡିପିଆର ଗୁଡିକ ଭବାନୀପାଟଣାରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ନିକଟରେ ଅନୁମୋଦିତ ହୋଇ ଆସିଛି। ଅତି ଶୀଘ୍ର ଉଭୟ କାମର ଟେଣ୍ଡର କରାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ଉଭୟ କେନ୍ଦ୍ର ହେଲେ ସହରରେ ବୁଲୁଥିବା ବୁଲା କୁକୁର ପଲ ଓ ଗାଇ ପଲ ବନ୍ଦ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button