ଓଡିଶା

ପୁରୁଷ ପ୍ରାଧାନ୍ୟ ଖେଳରେ ଶିବାନୀଙ୍କ କମାଲ – bajravana

[ad_1]

ଭୁବନେଶ୍ବର: ଓଡ଼ିଶାର ଯେଉଁ କେତେକ ଅଣପାରମ୍ପରିକ ଓ ଅଣଅଲିମ୍ପିକ୍ ସଫଳ ଖେଳ ରହିଛି ସେଥିରୁ ସୁନ୍ଦର ସ୍ବାସ୍ଥ୍ୟ ଅନ୍ୟତମ। ବହୁ ଖ୍ୟାତି ଅର୍ଜନ କରିବା ସହ ଏହି ଖେଳରୁ ନିରନ୍ତର ଭାବେ ଓଡ଼ିଶା ସଫଳତା ପାଇ ଚାଲିଛି। ଏଭଳି ଏକ ପୁରୁଷ ପ୍ରାଧାନ୍ୟ ଖେଳକୁ କ୍ୟାରିୟର୍ କରି ରାଜ୍ୟର ଏକାଧିକ ବଡିବିଲଡର୍ ଜାତୀୟ, ଏସୀୟ, ରାଜ୍ୟଗୋଷ୍ଠୀ ଓ ବିଶ୍ବ ପ୍ରତିଯୋଗିତାରେ ମଧ୍ୟ ଛାପ ଛାଡ଼ି ଆସିଛନ୍ତି।

ବିଗତ କିଛି ବର୍ଷ ଭିତରେ ଏହି ଧାରାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମହିଳାମାନେ କ୍ରମେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାକୁ ଓହ୍ଳାଇ ଆସିଛନ୍ତି। ଏକାଧିକ ଓଡ଼ିଆ ଝିଅ ଜାତୀୟ ସ୍ତରରେ ପହଞ୍ଚିଗଲେଣି। ସେଭଳି ଜଣେ ପ୍ରତିଭାବାନ ମହିଳା ବଡିବିଲ୍ଡର ହେଲେ ଶିବାନୀ ଦାସ। ଖେଳ ଜୀବନର ପ୍ରାରମ୍ଭରେ ଅନେକ ପ୍ରତିବନ୍ଧକର ସାମ୍ନା କରିଥିଲେ ମଧ୍ୟ ସେ ସବୁକୁ ଡେଇଁ ନିଜ ସ୍ବପ୍ନକୁ ସାକାର କରିଛନ୍ତି । ଅମଡ଼ା ବାଟରେ ଆଗକୁ ବଢ଼ି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶିବାନୀ। ଆହୁରି ଆଗକୁ ବଢ଼ିବାର ସ୍ବପ୍ନ ଦେଖିବା ବି ଛାଡ଼ିନାହାନ୍ତି। ଅନୁଗୁଳ ସହରର ବିଜୟ ଦାସଙ୍କ ଏହି ସାହସୀ ପୁତ୍ରୀ ଏବେ ନୂଆଦିଲ୍ଲୀ ଏନ୍ସିଆର୍ରେ ଫିଟନେସ୍ କୋଚିଂ ପ୍ରଦାନ କରୁଛନ୍ତି। ଓଡ଼ିଶା କ୍ରୀଡ଼ା ଧାରାରେ କିନ୍ତୁ ଅନ୍ୟମାନଙ୍କ ପାଇଁ ନୂଆ ବାଟ ଖୋଲି ଦେଇଛନ୍ତି। ୨୦୨୦, ୨୦୨୧, ୨୦୨୨ ମସିହାରେ କ୍ରମାଗତ ୩ ବର୍ଷ ଧରି ରାଜ୍ୟ ବିଜୟିନୀ ହୋଇ ଶିବାନୀ ‘ମିସ୍ ଓଡ଼ିଶା’ ମୁକୁଟ ଅର୍ଜନ ସହ ହ୍ୟାଟ୍ରିକ୍ ଗୌରବ ଆଣିଥିଲେ। ଥରେ ମଧ୍ୟ ‘ମିସ୍ ଇଷ୍ଟର୍ଣ୍ଣ’ ହୋଇଥିଲେ। ଭାରତୀୟ ବଡିବିଲ୍ଡିଂ ସଂଘର ସର୍ବଭାରତୀୟ ପ୍ରତିଯୋଗିତାରେ ଶିବାନୀ ଶୀର୍ଷ ୪ ଭିତରେ ରହିବା ମଧ୍ୟ କମ୍‌ ବଡ଼ ଉପଲବ୍ଧି ନୁହେଁ।

ଏହି ଅମଡ଼ା ବାଟରେ ବିରୋଧର ସମ୍ମୁଖୀନ ହୋଇଛନ୍ତି କି ନା କହିବାକୁ ମନା କରି ଦେଇଛନ୍ତି ଶିବାନୀ। କିନ୍ତୁ ପୁରୁଷଙ୍କ ଭଳି ମହିଳାମାନେ ବି ଏହି ଖେଳକୁ ଆସିପାରିବେ ବୋଲି ପ୍ରକାଶ କରିଛନ୍ତି। ପୁରୁଷ ଓ ମହିଳାଙ୍କ ମଧ୍ୟରେ କିଛି ଫରକ ନାହିଁ। ଦୃଢ଼ ମନୋବଳ ଓ ଇଛାଶକ୍ତି ଥିଲେ ଜୀବନର କୌଣସି ବି କ୍ଷେତ୍ରରେ ସଫଳତା ମିଳିପାରିବ ବୋଲି ସେ କହନ୍ତି । ଫିଟ୍‌ନେସ୍‌ ପାଇଁ ଓଡ଼ିଶାର ମହିଳାମାନେ ଏ କ୍ଷେତ୍ରକୁ ଆସିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ରାଜ୍ୟର ଅନ୍ୟତମ ସଫଳ ବଡିବିଲ୍ଡର ତଥା ମିଷ୍ଟର୍ ୱାର୍ଲଡ ରଶ୍ମିରଂଜନ ସାହୁ ମୋ ପ୍ରଥମ ଆଦର୍ଶ, ସେ ହିଁ ମୋତେ ବାଟ ଦେଖାଇଥିଲେ ବୋଲି ‘ରବିବାର ସମ୍ବାଦ’କୁ କହିଛନ୍ତି ଶିବାନୀ।

ସୁରେଶ ସ୍ବାଇଁ



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button