ଓଡିଶା

ନକ୍ସଲଙ୍କ ଗତିବିଧି ଉପରେ ରହିବ କଡ଼ା ନଜର : ଏସ୍‌ପି – bajravana

[ad_1]

ରାଉରକେଲା: ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ପି ମିତ୍ରଭାନୁ ମହାପାତ୍ର ରାଉରକେଲାରୁ ହଟିଛନ୍ତି। ତାଙ୍କ ସ୍ଥାନରେ ଆଜି ବ୍ରିଜେଶ ରାୟ ରାଉରକେଲା ନୂତନ ଏସ୍‌ପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ଏସ୍‌ପି ଶ୍ରୀ ରାୟଙ୍କୁ ରାଉରକେଲା ପୁଲିସ ଜିଲ୍ଲାରେ କାର୍ଯ୍ୟରତ ବରିଷ୍ଠ ପୁଲିସ ଅଧିକାରୀ ଓ ଥାନା ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରାଉରକେଲା ପୁଲିସ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବା ତାଙ୍କର ପ୍ରଥମ ଦାୟିତ୍ବ ରହିବ ବୋଲି ଏସ୍‌ପି ଶ୍ରୀ ରାୟ ସାମ୍ବାଦିକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଯେଉଁମାନେ ନିର୍ବାଚନ ପରିଚାଳନାରେ ବିଶୃଙ୍ଖଳା ସୃ୍ଷ୍ଟି କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ରାଉରକେଲାବାସୀଙ୍କ ସହଯୋଗ କାମନା କରୁଛି।

କେବଳ ଏତିକି ନୁହେଁ ବିଭିନ୍ନ ଥାନା ଜରିଆରେ କିଛି ଅପରାଧିଙ୍କ ତାଲିକା ତିଆରି କରାଯାଇଛି। କୋର୍ଟର ନିର୍ଦ୍ଦେଶକ୍ରମେ ଏନ୍‌ବିଡବ୍ଲ୍ୟୁ ଜାରି ‌ହୋଇଥିବା ଅପରାଧୀଙ୍କୁ ଗିରଫ କରାଯାଉଛି। ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯିବ। ସୀମାନ୍ତରେ ନକ୍ସଲମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ। ଗୁଇନ୍ଦା ସୂଚନା ଆଧାରରେ ସୀମାନ୍ତରେ କୁମ୍ବିଂ ଅପରେସନକୁ ଜୋରଦାର କରାଯିବା। ଏମିତି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରାଯିବ। ନିର୍ବାଚନରେ କୌଣସି ପ୍ରକାର ବିଶୃ୍ଙ୍ଖଳାକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button