ଓଡିଶା

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି, କଳା ଉତ୍ସବ-୨୦୨୪ ଉଦଯାପିତ

ଳାହାଣ୍ଡି, ୦୨/୧୧-ବଣ ମଲ୍ଲୀ ବଣରେ ଫୁଟି ଆଉ ଝାଉଁଳି ଯାଉନି। ତାର ସୁରଭି ବିତରଣ କରି ଏବେ ଜନମନ ମୋହିବାରେ ଲାଗିଛି। ଏ ଦିଗରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ସମଗ୍ର ଶିକ୍ଷା ପକ୍ଷରୁ ଏକ ମହତପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଏକ ମଞ୍ଚ ପ୍ରଦାନ ସହିତ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ବର୍ଷକୁ ଥରେ ଆୟୋଜିତ ହେଉଛି ସୁରଭି କାର୍ଯ୍ୟକ୍ରମ।

ଚଳିତ ବର୍ଷ ସୁରଭି କାର୍ଯ୍ୟକ୍ରମରେ ଲୋକକଳାକୁ ମୁଖ୍ୟ ପ୍ରସଙ୍ଗ କରାଯାଇଥିବାବେଳେ ଏହାକୁ ନେଇ ପ୍ରତିଭାଗୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଏସବୁର ଝଲକ ଆଜି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ ପାଇଁ ସୁରଭି ଓ ଲୋକକଳା ଉତ୍ସବ ନିଶ୍ଚିତ ଭାବେ ଏକ ସୁଯୋଗ ପ୍ରଦାନ କରିଥାଏ ବୋଲି ଆଜି ଲାଞ୍ଜିଗଡ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଲୋକକଳା ଉତ୍ସବ-୨୦୨୪ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଉତ୍ସବର ଉଦଘାଟନୀ ସମାରୋହରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ଭାରତଭୂଷଣ ସାହୁ, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଲୋଚନ ସୁନା, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button