ଚଳଚ୍ଚିତ୍ରରେ ଶ୍ରୀରାମଚନ୍ଦ୍ରଙ୍କୁ ମାଂସାହାରୀ ବୋଲି କହି କ୍ଷମା ମାଗିଲେ ନୟନତାରା – bajravana
[ad_1]
ନୂଆଦିଲ୍ଳୀ: ଶାହରୁଖ୍ ଖାନ୍ଙ୍କ ସହ ‘ଜବାନ’ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ନୟନତାରା ଆଜିକାଲି ନିଜ ସିନେମା ‘ଅନ୍ନପୂର୍ଣ୍ଣୀ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଭଗବାନ ରାମଙ୍କୁ ମାଂସାହାରୀ ବୋଲି କହିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଖୁବ୍ ନିନ୍ଦା କରୁଛନ୍ତି। ଏହି ବିବାଦ ଏତେ ବଢ଼ିଗଲା ଯେ ଶେଷରେ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ସିନେମାଟିକୁ ଓଟିଟି ପ୍ଲାଟ୍ଫର୍ମରୁ ବି ହଟାଇ ଦିଆଗଲା।
Sambad is now on WhatsApp
Join and get latest news updates delivered to you via WhatsApp
ନୟନତାରା ଲୋକଙ୍କ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଅଭିଯୋଗ ହେବା ପରେ ସେ ନିକଟରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ଜରିଆରେ କ୍ଷମା ମାଗିଛନ୍ତି। ନିଜକୁ ସେ ଜଣେ ଈଶ୍ବର ବିଶ୍ବାସୀ ବୋଲି କହିବା ସହ ଯାହା ବି ହୋଇଛି ଅଜାଣତରେ ହୋଇଛି ବୋଲି ସଫେଇ ଦେଇଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ କରିଥିବା ପୋଷ୍ଟ୍ରେ ଆରମ୍ଭରୁ ଓମ୍ ଓ ଜୟ ଶ୍ରୀରାମ ବୋଲି ଲେଖିଛନ୍ତି।
ନୟନତାରା ତାଙ୍କ ପୋଷ୍ଟ୍ରେ ଳେଖିଛନ୍ତି, ‘‘ଦର୍ଶକମାନଙ୍କ ନିକଟରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାର ଉଦ୍ଦେଶ୍ୟ ରଖି ଆମେ କରିଥିବା ଚେଷ୍ଟାରେ ଅଜାଣତରେ ଆପଣମାନେ ଆଘାତ ପାଇଛନ୍ତି। ମୁଁ କିମ୍ବା ମୋ ଟିମ୍ର କାହାରି ବି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବାର ଉଦ୍ଦେଶ୍ୟ ନଥିଲା।’’
[ad_2]