ମନୋରଞ୍ଜନ

ଭଲ ଖେଳିବା ସହ ଲୋକଙ୍କୁ ହସାଇ ହସାଇ କଲେ ବେଦମ; ଭାଇରାଲ୍‌ ହେଉଛି ତାଙ୍କ କମେଡିର କ୍ଲିପ୍‌ – bajravana

[ad_1]

ମୁମ୍ବାଇ: ‘କୌନ ବନେଗା କରୋଡ଼ପତି ୧୫’ ଆରମ୍ଭ ହୋଇଯାଇଛି। ଏହି ମଞ୍ଚକୁ ପୂର୍ବରୁ ବି ବିଭିନ୍ନ ପ୍ରକାରର ପ୍ରତିଯୋଗୀ ଆସି ଦର୍ଶକଙ୍କ ମନ‌ୋରଞ୍ଜନ କରିଛନ୍ତି। ନିକଟରେ ମଞ୍ଚରେ ବସି ଜବରଦସ୍ତ କମେଡି କରି ଦର୍ଶକଙ୍କ ମନକୁ କିଣିବାରେ ସମର୍ଥ ହୋଇଛନ୍ତି ପ୍ରତିଯୋଗୀ ଆଲୋଲିକା ଭଟ୍ଟାଚାର୍ଜୀ ଗୁହା।

ସେ ହେଉଛନ୍ତି ଏପରି ଜଣେ ମହିଳା ଯିଏ କ୍ରମାଗତ ଭାବରେ ସୋସିଆଲ୍‌ ମିିଡିଆରେ ଭାଇରାଲ୍‌ ହେଉଛନ୍ତି। ସେ କମେହି କରିବା ଉଦ୍ଦେଶ୍ୟରେ କଥା କହୁନାହାନ୍ତି, କିନ୍ତୁ ଏପରି କହୁଛନ୍ତି ତାହା କମେଡି ବନିଯାଉଛି।

ସେ ମଞ୍ଚରେ ଖୁବ୍ ଭଲ ଖେଳିଥିଲେ, କିନ୍ତୁ ଏହା ବ୍ୟତୀତ ଗୋଟିଏ ଜିନିଷ ଅଛି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ତାହା ହେଉଛି ତାଙ୍କର କଥା କହିବା ଶୈଳୀ। ଏହି ପ୍ରତିଯୋଗୀ ମଞ୍ଚକୁ ଆସିବା ମାତ୍ରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ମଞ୍ଚରେ ପହଞ୍ଚିବା ପାଇଁ ତାଙ୍କ ଯାତ୍ରା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଆଲୋକିକା ଅମିତାଭ ବଚ୍ଚନ ଏବଂ ଦର୍ଶକଙ୍କୁ ଖୁବ୍ ହସାଇଥିଲେ। ଜଣେ ବ୍ୟବହାରକାରୀ ଏହି କ୍ଲିପକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି, ଯାହା ଏବେ ଭାଇରାଲ ହୋଇଛି।

 

ଅଲୋଲିକା ହସି ହସି ପ୍ରଥମେ ‘ଜୟ ହୋ କେବିସି’ କହି ନିଜର କଥା ଆରମ୍ଭ କରୁଛନ୍ତି। ଏହାପରେ ସେ କହିଥିଲେ ଯେ ‘କେବିସି’ ଆସିବାରୁ ତାଙ୍କର ବିମାନରେ ଯିବା ଇଚ୍ଛା ପୂରଣ ହୋଇଛି। ସେ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିଥିବା କହିବା ମାତ୍ରେ ଅମିତାଭ ତାଙ୍କୁ ତାଙ୍କ ଅଭିଜ୍ଞତା ବିଷୟରେ ପଚାରିଥିଲେ। ଅଲୋଲିକା ଅଭିଜ୍ଞତାକୁ ବି ବେଶ୍‌ ମଜାକିଆ ଅନ୍ଦାଜରେ ବଖାଣିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button