ଦେଶ ବିଦେଶ

ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଜାପାନ ରଚିବ ଇତିହାସ – bajravana

[ad_1]

ନୂଆଦିଲ୍ଲୀ, ୧୯/୧ : ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଜାପାନ ରଚିବ ଇତିହାସ । ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରେ ସ୍ପେସକ୍ରାଫ୍ଟ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେଟିଂ ମୁନ୍ ବା ସ୍ଲିମ । ଗତ ୨୦୨୩ ସେପ୍ଟେମ୍ବର ୬ରେ ଏଚ-୨ଏ ରକେଟ ଜରିଆରେ ଆରମ୍ଭ ହୋଇଥିଲା ମୁନ୍ ମିଶନ । ସଫଳତାର ସହ ପ୍ରେରିତ ସ୍ଲିମ ଗତ ବର୍ଷ ଡିସେମ୍ବର ୨୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଏହି ଲ୍ୟାଣ୍ଡିଂ ସଫଳ ହେଲେ ଜାପାନର ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଇତିହାସ ରଚିବ । ରାତି ସାଢେ ୮ଟାରେ ପେରିଲ୍ୟୁନ ପଏଣ୍ଟରେ ଅବସ୍ଥାପିତ ହେବ ସ୍ଲିମ । ସୋଭିଏତ ଋଷିଆ, ଆମେରିକା, ଚୀନ ଓ ଭାରତ ସହ ସମକକ୍ଷ ହେବ ଜାପାନ । ପିନପଏଣ୍ଟ ଲ୍ୟାଣ୍ଡିଂ ଟେକନୋଲୋଜି ଅର୍ଥାତ ୧୦୦ ମିଟର ଲକ୍ଷ୍ୟ ସ୍ଥଳ ମଧ୍ୟରେ କୌଣସି ମହାକାଶ ଯାନର ଅବତରଣ ସଫଳ କରିବା କ୍ଷେତ୍ରରେ ଏହି ଅଭିଯାନ ହେବ ମାଇଲଖୁଣ୍ଟ। ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ଲିମ ସହ ପଠାଯାଇଥିବା ପେଲୋଡ ଜରିଆରେ ଫଟୋ ଓ କମ୍ୟୁନିକେସନ ସିଷ୍ଟମ ସମ୍ଭବ ହୋଇପାରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button